ବର୍ଷାରେ ବେହାଲ ଉତ୍ତରାଖଣ୍ଡ

 ବର୍ଷା ଏବେ ଭାରତର ଅନେକ ରାଜ୍ୟରେ ଉତ୍ପାତ କରୁଛି । ଲଗାଣ ବର୍ଷା ଓଡ଼ିଶା ସମେତ ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ବେଗରେ ବର୍ଷୁଛି । ଉତ୍ତରାଖଣ୍ଡରେ ଅନେକ ରାସ୍ତା ଧୋଇଯାଇଥିବା ବେଳେ ଭୀଷଣ ଜଳପ୍ରବାହରେ ଭାସିଯାଇଛି ପୋଲ। ବାଦଲଫଟା ବର୍ଷା ଯୋଗୁ ଡେରାଡୁନ ସ୍ଥତି ସଙ୍ଗୀନ ହୋଇଛି। ବାଦଲ ଫଟା ବର୍ଷା ଯୋଗୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସ୍ଥାନେ ସ୍ଥାନେ ଭୂସ୍ଖଳନ ମଧ୍ୟ ଜାରି ରହିଛି।  ଉକ୍ତ ଅଞ୍ଚଳର ପ୍ରସିଦ୍ଧ ଶିବ ମନ୍ଦିର ଟପକେଶ୍ୱର ଶିବ ମନ୍ଦିରରେ ମଧ୍ୟ ଜଳ ପ୍ରବେଶ କରିଛି। 

ବହୁଘରେ ପାଣି ପଶି ଜଳମଗ୍ନ ହୋଇଛି।ରାଜ୍ୟ ପ୍ରାକୃତି ବିପର୍ଯୟ ପ୍ରଶମନ ପକ୍ଷରୁ ବନ୍ୟାଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯା‌ଉଛି।