ବାଙ୍ଗାଲୋରରେ ଗଭୀର ଜଳ ସଙ୍କଟ: ସ୍କୁଲ, କୋଚିଂ ସେଣ୍ଟର ବନ୍ଦ
ଏକଦା ଗାର୍ଡେନ୍ ସିଟି ନାମରେ ପରିଚିତ ବାଙ୍ଗାଲୋର ଆଜି ଗୋଟିଏ ବୁନ୍ଦା ପାଣି ପାଇଁ ବ୍ୟାକୁଳ। ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ହିଁ ସହରରେ ଗଭୀର ଜଳ ସଙ୍କଟ ଦେଖାଦେଇଛି। ଏହା କେବଳ ବାଙ୍ଗାଲୋର ନୁହେଁ ସମଗ୍ର ଦେଶ ପାଇଁ ଚିନ୍ତାର ବିଷୟ। ଏଠାକାର କେତେକ ଅଞ୍ଚଳରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ଏଠାରେ ଥିବା କୋଚିଂ ସେଣ୍ଟର ଏବଂ ବିଦ୍ୟାଳୟଗୁଡ଼ିକ ସେମାନଙ୍କ ପିଲାମାନଙ୍କୁ ଘରେ ରହି ଅନଲାଇନ କ୍ଲାସ କରିବାକୁ କହୁଛନ୍ତି।
କେବଳ ଏତିକି ନୁହେଁ, ନିକଟରେ ବାଙ୍ଗାଲୋର ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ବିଡବ୍ଲ୍ୟୁଏସଏସବି) ସଟ୍ଡାଉନ ଘୋଷଣା କରିଥିଲା। ତେବେ ଆବଶ୍ୟକ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବା ଏବଂ ଅନଆକାଉଣ୍ଟେଡ୍ ଫର୍ ୱାଟର (ୟୁଏଫଡବ୍ଲ୍ୟୁ) ସ୍ଥାପନ ପାଇଁ ଏହି ପଦକ୍ଷେପ ନିଆଯାଇଥିଲା।
ବାଙ୍ଗାଲୋରର ବିଜୟନଗରସ୍ଥିତ ଏକ କୋଚିଂ ସେଣ୍ଟର ଏହାର ଛାତ୍ରମାନଙ୍କୁ ‘ଜରୁରୀକାଳୀନ ପରିସ୍ଥିତି’ କାରଣରୁ ଏକ ସପ୍ତାହ ପାଇଁ ଅନଲାଇନ୍ କ୍ଲାସ ନେବାକୁ କହିଛନ୍ତି। ଅପରପକ୍ଷେ, ସହରର ବନ୍ନେରଘଟ୍ଟା ରୋଡରେ ଥିବା ଏକ ସ୍କୁଲକୁ ବନ୍ଦ କରିଦିଆଯାଇଛି।