ମଣିପୁରରେ ବିଭିନ୍ନ ସ୍ଥାନରେ ସଂଘର୍ଷ ଜାରି

ଇମ୍ଫାଲ: ମଣିପୁରରେ ପୁଣି ହିଂସା । ହିଂସା କମୁନଥିବାରୁ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଦିଲ୍ଲୀ ଯାଇ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ହିଂସାକାରୀଙ୍କୁ ଦମନ କରିବା ପାଇଁ ସ ସେନା ମୂତୟନ ହୋଇଥିଲେ ମଧ୍ୟ ମଣିପୁରରେ ବିଭିନ୍ନ ସ୍ଥାନରେ ସଂଘର୍ଷ ଜାରି ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ମଣିପୁରରେ ତଥାପି ଥମୁନି ହିଂସା । ଅନେକ ସ୍ଥାନରେ ଜାରି ରହିଛି ସଂଘର୍ଷ । ସେନା ମୁତୟନ ସତ୍ତ୍ୱେ ଉତ୍ତେଜନା ଥମୁନଥିବାରୁ ଇଣ୍ଟରନେଟ ସେବା କଟକଣାକୁ ପୁଣି ବୃଦ୍ଧି କରାଯାଇଛି ।  ମେତେଇ ଓ କୁକୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ସେନା ସଜାଗ ଦୃଷ୍ଟି ରଖିଛି । ହ୍ବାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ଟ୍ୱିଟର ଆଦି ଜରିଆରେ ପ୍ରସାରିତ କୌଣସି ପ୍ରକାର ଗୁଜବରେ ବିଶ୍ବାସ ନ କରିବା ଲାଗି ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ହିଂସା ସୃଷ୍ଟି କରୁଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।