ଦୂରଦର୍ଶନର ନ୍ୟୁଜ୍ ଉପସ୍ଥାପିକା ସରଳା ମାହେଶ୍ଵରୀଙ୍କର ଦେହାନ୍ତ

ଦୂରଦର୍ଶନର ନ୍ୟୁଜ୍ ଉପସ୍ଥାପିକା ସରଳା ମାହେଶ୍ଵରୀଙ୍କର ଦେହାନ୍ତ ଘଟିଛି। ସେ ତାଙ୍କର ଶାନ୍ତ ସ୍ଵର ଏବଂ ସ୍ଵଭାବ ଏବଂ ଶୁଦ୍ଧ ହିନ୍ଦୀ ଉଚ୍ଚାରଣ ଲାଗି ବେଶ୍ ଜଣାଶୁଣା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରଳା ଦୂରଦର୍ଶନର ଏକ ପପୁଲାର୍ ଚେହେରା ଥିଲେ। ସେ ୧୯୮୦ ଏବଂ ୧୯୯୦ ଦଶକରେ ଏକ ସନ୍ତୁଳିତ ଏବଂ ଶାନ୍ତ ସ୍ୱରରେ ଖବର ଉପସ୍ଥାପନ ପାଇଁ ଜଣାଶୁଣା ଥିଲେ। ଆଜି ତାଙ୍କର ଦେହାନ୍ତ ଘଟିଛି। ସରଳା ମାହେଶ୍ୱରୀଙ୍କ ମୃତ୍ୟୁ ଖବର ତାଙ୍କ ଭାଇ ପୋଷ୍ଟ କରିଥିଲେ। ସେ କହିଛନ୍ତି ଯେ ଆଜି ଅପରାହ୍ନ ୪ଟା ସମୟରେ ଦିଲ୍ଲୀର ନିଗମବୋଧ ଘାଟରେ ସରଳାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସରଳା ମାହେଶ୍ୱରୀ ୧୯୮୦ ଦଶକରୁ ୨୦୦୫ ପର୍ଯ୍ୟନ୍ତ ଦୂରଦର୍ଶନରେ ଖବର ଉପସ୍ଥାପିକା ଭାବେ କାର୍ଯ୍ୟ କରିଥିଲେ। ସରଳା ମାହେଶ୍ୱରୀ କଳା-ଧଳାରୁ ଇଲେକଟ୍ରୋନିକ୍ ମିଡିଆକୁ ଯାତ୍ରା କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିବା ସମୟରେ ସରଳା ମାହେଶ୍ୱରୀ ଦୂରଦର୍ଶନ ପାଇଁ ଅଡିସନ୍ ଦେଇଥିଲେ। ସରଳା ମାହେଶ୍ୱରୀ ପ୍ରଥମେ ଜଣେ ଘୋଷକ ଭାବରେ କାମ କରିବା ଆରମ୍ଭ କରିଥିଲେ। ପରେ ସେ ଜଣେ ନ୍ୟୁଜ୍ ରିଡର ଭାବରେ କାମ କରିବା ଆରମ୍ଭ କରିଥିଲେ। “ଦୂରଦର୍ଶନ ପରିବାର ପକ୍ଷରୁ ସରଳା ମାହେଶ୍ୱରୀଙ୍କୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

Leave a comment