ପୁଲୱାମା ଆକ୍ରମଣରେ ସହିଦମାନଙ୍କ ବଳିଦାନକୁ କେବେ ଭୁଲିବ ନାହିଁ ଦେଶ

ପୁଲୱାମା ଆକ୍ରମଣକୁ ୪ ବର୍ଷ ପୁରିଛି ।  ସହିଦମାନଙ୍କ ବଳିଦାନକୁ ମନେ ପକାଉଛି ସାରା ଦେଶ । ଏହି ଉପଲକ୍ଷେ ସିଆରପିଏଫ ପକ୍ଷରୁ ସହିଦ ବୀର ଯବାନଙ୍କୁ ମନେ ପକାଇବା ପାଇଁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଇଛି । ଆଜି ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସହିଦମାନଙ୍କୁ ଲୁହ ଛଳ ଛଳ ଆଖିରେ ସ୍ମରଣ କରି ସମଗ୍ର ଭାରତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ଆକ୍ରମଣ ଭାରତର ଜନସାଧାରଣଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା ।  ଆଜି ପର୍ଯ୍ୟନ୍ତ ଲୋକମାନେ ଏହି ଆକ୍ରମଣର କ୍ଷତରୁ ଉଦ୍ଧାର ହୋଇପାରି ନାହାଁନ୍ତି। ତେବେ ପୁଲୱାମା ଆକ୍ରମଣ ପରେ ଆତଙ୍କବାଦୀ ତଥା ଆତଙ୍କବାଦୀଙ୍କ ଉପରେ ଉପଯୁକ୍ତ ଆକ୍ରମଣ କରିଥିଲା ଭାରତ । ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ପାକିସ୍ତାନ ଭିତରେ ଲୁଚିଥିବା ଆତଙ୍କବାଦୀଙ୍କୁ ନିପାତ କରିଥିଲା ।  ତଥାପି ପୁଲୱାମାର ଯନ୍ତ୍ରଣା କେବେହେଲେ ଲୋକଙ୍କ ହୃଦୟରୁ ଦୂରେଇ ଯାଇପାରିବ ନାହିଁ  ।

YouTube player

କାଶ୍ମୀର ଜୋନ୍ ପାଇଁ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜିପି) ବିଜୟ କୁମାର କହିଛନ୍ତି ଯେ ପୁଲୱାମା ଆକ୍ରମଣରେ ନିୟୋଜିତ 19 ଜଣ ଆତଙ୍କବାଦୀଙ୍କ ମଧ୍ୟରୁ 8 ଜଣଙ୍କର ମୃତ୍ୟୁ ଘଟିଛି, 7 ଜଣଙ୍କୁ ଗିରଫ କରାଯାଇଛି ଏବଂ ତିନିଜଣ ପାକିସ୍ତାନୀଙ୍କ ସମେତ ଅନ୍ୟ ଚାରିଜଣ ଫେରାର ଅଛନ୍ତି । “7-8 ସ୍ଥାନୀୟ ଜେଏମ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ପୁଲୱାମାରେ ସକ୍ରିୟ ଥିବା ମୁସା ସୁଲେମାନୀଙ୍କ ସମେତ 5-6 ପାକିସ୍ତାନୀ ଆତଙ୍କବାଦୀଙ୍କୁ ଶୀଘ୍ର ଦଣ୍ଡ  ଦିଆଯିବ। ବର୍ତ୍ତମାନ କାଶ୍ମୀରରେ 37 ଜଣ ସକ୍ରିୟ ଆତଙ୍କବାଦୀ ଅଛନ୍ତି। ଶ୍ରୀନଗରରେ ଆତଙ୍କବାଦୀଙ୍କ ଆଡ୍ଡା ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିବା ସେ କହିଛନ୍ତି ।

 

 

୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖରେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନମା‌ନଙ୍କୁ ସେନାବାହିନୀ, ସାଧାରଣ ଲୋକଙ୍କ ସହ  ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ‌ତାଙ୍କ ଟ୍ବିଟର ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‌ କରି ଲେଖିଛନ୍ତି, ‘ଆଜିର ଦିନରେ ପୁଲୱାମାରେ ନିଜ ଜୀବନ ଦେଇଥିବା ଆମର ସାହସୀ ବୀରମାନେ  ପଡୁଛନ୍ତି। ସେମାନଙ୍କ ବଳିଦାନକୁ ଆମେ କେବେ ବି ଭୁଲିପାରିବୁ ନାହିଁ। ସେମାନଙ୍କ ସାହସ ଆମକୁ ଶକ୍ତିଶାଳୀ ଓ ବିକଶିତ ଭାରତ ଗଠନ କରିବାକୁ ପ୍ରେରିତ କରୁଛି।’ ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ  ସାରା ଦେଶ ପାଇଁ କଳାଦିନ ପାଲଟି ଯାଇଥିଲା। ଏହି ଦିନ ଜୈସ୍-ଇ-ମହମ୍ମଦର ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରୁ ଶ୍ରୀନଗରକୁ ଯାଉଥିବା ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା ବେଳେ ପ୍ରାୟ ୪୦ରୁ ଉର୍ଧ୍ବ ଯବାନ ସହିଦ ହୋଇଥିଲେ। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବୀର ଯବାନମାନଙ୍କୁ ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।