ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ସଂସଦରେ ଶନିବାର ଅର୍ଥାତ୍‌ ଫେବୃଆରୀ ୧ରେ ଦେଶର ସାଧାରଣ ବଜେଟ୍‌ ଉପସ୍ଥାପିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ନିର୍ମଳା ସୀତାରମଣ ତାଙ୍କ ଆସନରେ ବଜେଟର ପ୍ରତ୍ୟେକ ବିବରଣୀ ବୁଝାଉଛନ୍ତି। ପୂର୍ବରୁ, ୨୦୨୫ -୨୬ ଆର୍ଥିକ ବର୍ଷର ବଜେଟ୍ ରାଷ୍ଟ୍ରପତି ଏବଂ କ୍ୟାବିନେଟର ଅନୁମୋଦନ ପାଇଥିଲା। ନିର୍ମଳା ସୀତାରମଣଙ୍କୁ କ୍ରିମ୍ ରଙ୍ଗର ଶାଢ଼ି ପିନ୍ଧିଥିବାର ଦେଖାଯାଇଛି। ଗରିବ, ମହିଳା ଠାରୁ ଚାଷୀ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ୨୦୨୫ ସାଧାରଣ ବଜେଟ ଉପରେ ରହିଛି।