ତାମିଲନାଡ଼ୁରେ ରେଳ ଦୁର୍ଘଟଣା:୨ ବଗିରେ ନିଆଁ, ୧୨ ବଗି ଲାଇନ୍ଚ୍ୟୁତ
ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୨୫୭୮) ଚେନ୍ନାଇ ଡିଭିଜନର କବରାରାପେଟ୍ଟାଇଠାରେ ଲାଇନଚ୍ୟୁତ ହୋଇଛି। ଲାଇନଚ୍ୟୁତ ହେବା ପରେ ଟ୍ରେନଟି ଅଟକି ରହିଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଏହି ଧକ୍କା ପରେ ୫ଟି ବଗି ଲାଇନଚ୍ୟୁତ ହେବା ସହ କେତେକ ବଗିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ତିରୁବଲ୍ଲୁରର କାଭାରାପେଟ୍ଟାଇଠାରେ ଟ୍ରେନ୍ ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଥିଲା। ଟ୍ରେନ୍ ଧକ୍କାରେ ୩ଟି ବଗିରେ ନିଆଁ ଲାଗିଯାଇଥିଲା। ସଂଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
ଦୁର୍ଘଟଣା ପରେ ଟ୍ରେନଟି ଲାଇନଚ୍ୟୁତ ହେବା ପରେ ଲୁପ୍/ଲାଇନ୍ ଭିତରକୁ ପଶି ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଥିଲା। ଏହା ପରେ ୩ଟି ବଗିରେ ନିଆଁ ଲାଗିଯିବା ସହ ୫ରୁ ୬ଟି ବଗି ଲାଇନଚ୍ୟୁତ ହୋଇଛି।
ରେଳବାଇର ସୂଚନା ଅନୁଯାୟୀ, ଟ୍ରେନ୍ ଇଞ୍ଜିନରେ ଲାଗିଥିବା ପାର୍ସଲ ଭ୍ୟାନରେ ନିଆଁ ଲାଗିଥିବା ସୂଚନା ମିଳିଛି। ରେଳ ଦୁର୍ଘଟଣାସ୍ଥଳକୁ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମଧ୍ୟ ପଠାଯାଇଛି । ଘଟଣାସ୍ଥଳରେ ଦକ୍ଷିଣ ରେଳବାଇ ଚେନ୍ନାଇର ଡିଆରଏମ୍ ପହଞ୍ଚିଛନ୍ତି। ତାମିଲନାଡ଼ୁର ତିରୁବଲ୍ଲୁରରେ ଆଜି ରାତିରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ବିହାରର ଦରଭଙ୍ଗା ଯାଉଥିବା ବାଗମତୀ ଏକ୍ସପ୍ରେସ୍ (୧୨୫୭୮) ସହ ମାଲବାହୀ ଟ୍ରେନ୍ର ଧକ୍କା ହୋଇଛି।
ଏହି ଦୁର୍ଘଟଣାରେ ବାଗମତୀ ଏକ୍ସପ୍ରେସ୍ର ୧୨ଟି ବଗି ଲାଇନ୍ଚ୍ୟୁତ ହେବା ସହ ଦୁଇଟି ବଗିରେ ନିଆଁ ଲାଗିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭାଇବା ଆରମ୍ଭ ହୋଇଛି। ଦୁର୍ଘଟଣାରେ ଆହତ ୧୦ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ତିରୁବଲ୍ଲୁର ଜିଲ୍ଲାପାଳ ଟି.ପ୍ରଭୁଶଙ୍କର କହିଛନ୍ତି ଯେ ରାତି ପ୍ରାୟ ସାଢ଼େ ୮ଟାରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ୨୦ରୁ ଅଧିକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି। ଦୁର୍ଘଟଣା ସମୟରେ ଏକ୍ସପ୍ରେସ୍ ଟ୍ରେନ୍ର ବେଗ ଘଣ୍ଟା ପ୍ରତି ୭୫ କିମି ଥିଲା ଏବଂ ମାଲବାହୀ ଗାଡ଼ି ପାଇଁ ଉଦ୍ଦିଷ୍ଟ ଲୁପ୍ ଲାଇନ୍ରେ ଏହା ପ୍ରବେଶ କରି ଧକ୍କା ହୋଇଥିଲା ବୋଲି ଜଣାପଡ଼ିଛି।