ଆଜି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ । ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଜୀଙ୍କୁ ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ଆତ୍ମର୍ନିଭରଶୀଳ ଭାରତ ଗଠନ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ଭିଜନ ଏବଂ ମିଶନ ଏକ ବିକଶିତ ଭାରତ ପାଇଁ ସଂକଳ୍ପରେ ନିରନ୍ତର ଶକ୍ତି ଯୋଗାଇବ।