ଆଜି ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ
ଦେଶ ପ୍ରତି ଅଦ୍ଵିତୀୟ ତ୍ୟାଗ କରିଥିବା ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଭାରତ । ଜାନୁଆରୀ ୩୦ ତାରିଖକୁ ସାରା ଦେଶ ଗାନ୍ଧିଙ୍କ ପୁଣ୍ୟତିଥି ଭାବେ ପାଳନ କରିଥାଏ । ଆଜିର ଦିନରେ ଜାତିର ପିତା ତଥା ସ୍ଵାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କ ପରଲୋକ ହୋଇଥିଲା ।
୧୯୪୮ ଜାନୁଆରୀ ୩୦ ତାରିଖରେ ନାଥୁରାମ ଗଡସେଙ୍କ ଗୁଳିମାଡ଼ରେ ନିହତ ହୋଇଥିଲେ ମହାତ୍ମା ଗାନ୍ଧି । ତାଙ୍କ ବିୟୋଗରେ ସାରା ଭାରତବର୍ଷ ସ୍ତବ୍ଧ ହୋଇଯାଇଥିଲା । ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ତାଙ୍କର ସଂଗ୍ରାମ ପାଇଁ ତାଙ୍କ ତିରୋଧାନ ଦିବସକୁ ସହିଦ ଦିବସ ଭାବେ ପାଳନ କରାଯାଇଥାଏ ।