ଆଜି ୪୫ ବର୍ଷରେ ପଦାର୍ପଣ କଲେ ବିପାଶା ବସୁ

ବଲିଉଡର ବେଙ୍ଗଲୀ ବ୍ୟୁଟି ଭାବରେ ଫେମସ୍ ବିପାଶା ବସୁ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ନିଜର ଦମଦାର ଅଭିନୟ ଯୋଗୁଁ ସେ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଜଣେ ସଫଳ ମଡେଲ ହେବା ପରେ ବିପାଶା ୨୦୦୧ ମସିହାରେ ଫିଲ୍ମ ‘ଅଜନବୀ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ସେ ସୁପରହିଟ୍ ହରର୍ ଫିଲ୍ମ ‘ରାଜ୍’ ରେ ଅଭିନୟ କରି ବେଶ ଅଧିକ ପ୍ରଶଂସା ସାଉଁଟିଥିଲେ ।