ଓଡ଼ିଶା ପର୍ବର ଆଜି ଶେଷ ଦିନ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ରାଜଧାନୀ ଦିଲ୍ଲୀରେ ଚାଲିଥିବା ଓଡ଼ିଶା ପର୍ବର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ର ବଡ଼ ପ୍ରୟାସ । ଓଡ଼ିଶା ପର୍ବରେ ଜମୁଛି ଓଡ଼ିଆଙ୍କ ଭିଡ। ଦ୍ବିତୟ ଦିନ ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ସାରସ୍ବତ ସମାବେଶରେ ଏକାଠି ହୋଇଥିଲେ ଓଡ଼ିଆ କଣ୍ଟେଣ୍ଟ କ୍ରିଏଟରସ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସ। ଓଡ଼ିଆ ଭାଷା, ସାହିତ୍ୟ, ପର୍ଯ୍ୟଟନ ସହ ଜାତୀୟ ଶିକ୍ଷା ନୀତି ଉପରେ ଚର୍ଚ୍ଚା ହୋଇଥିଲା।