ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଚିଠି ଲେଖିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଚିଠି ଲେଖିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର । ବାଂଲାଦେଶର ଅନ୍ତରୀଣ ସରକାରର ବୈଦେଶିକ ବ୍ୟାପାର ପରାମର୍ଶଦାତା ତୌହିଦ ହୁସେନ କହିଛନ୍ତି, ଆମେ ଭାରତ ସରକାରଙ୍କୁ ଜଣାଇଛୁ ଯେ ବାଂଲାଦେଶ ସରକାର ଚାହୁଁଛନ୍ତି ଯେ ଶେଖ୍ ହସିନା ନ୍ୟାୟିକ ପ୍ରକ୍ରିୟା ସମ୍ମୁଖୀନ ହେବା ପାଇଁ ବାଂଲାଦେଶ ଫେରି ଯାଆନ୍ତୁ। ସୋମବାର ବାଂଲାଦେଶର ଗୃହ ପରାମର୍ଶଦାତା ଜାହାଙ୍ଗୀର ଆଲାମ କହିଛନ୍ତି ଯେ ତାଙ୍କ ମନ୍ତ୍ରଣାଳୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖି ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଭାରତରୁ ଫେରାଇ ଆଣିବାକୁ ଅନୁରୋଧ କରିଛି।