ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣ

କାଶ୍ମୀର: ପୁଣି ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ ଆକ୍ରମଣ କରିଛନ୍ତି । ଗତକାଲି ସାରା ରାତିରେ ସର୍ଚ୍ଚ ଅପରେସନ ଚାଲିଛି ।  କୃଷ୍ଣ ଘାଟିରେ ସେନାର ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ସେନାର ଏକ କନଭୟକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ, ଯେଉଁଥିରେ ଏକାଧିକ ଗାଡ଼ି ଥିଲା। ଗତ କିଛି ସପ୍ତାହ ମଧ୍ୟରେ ଏହା ହେଉଛି ସେନା ଉପରେ ଦ୍ୱିତୀୟ ଆକ୍ରମଣ। ଏହା ପୂର୍ବରୁ ଗତ ମାସରେ ରଜୌରୀର ଡେରା କି ଗଲିରେ ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ଆକ୍ରମଣ କରିବା ଫଳରେ ସେନାର ୪ ଜଣ ଯବାନ ସହିଦ ହୋଇଥିଲେ। ଏଥିରେ ଆଉ ୫ ଜଣ ଆହତ ହୋଇଥିଲେ।  ତେବେ ଏଥିରେ କେହି ହତାହତ ହୋଇ ନାହାନ୍ତି ବୋଲି ସେନା ପକ୍ଷରୁ କୁହାଯାଇଛି। ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏହାର ଜବାବ ଦେଇଥିଲେ ଭାରତୀୟ ସେନାର ଯବାନମାନେ। ସୂଚନା ଅନୁଯାୟୀ, କିଛି ସମୟର ଗୁଳି ବିନିମୟ ପରେ ପଛ ଘୁଞ୍ଚା ଦେଇଥିଲେ ଆତଙ୍କବାଦୀ। ସେମାନେ ସେଠାରୁ ଖସି ପଳାଇ ଯାଇଥିଲେ। ତେବେ ଜମ୍ମୁ ଓ କଶ୍ମୀର ପୁଲିସ୍ ଏବଂ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି।