ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗର ଜୁନିୟର ଡାକ୍ତର ଆନ୍ଦୋଳନରୁ ଓହରିବେ ଏବଂ କାର୍ଯ୍ୟରେ ଯୋଗଦେବେ

ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗର ଜୁନିୟର ଡାକ୍ତର ଆନ୍ଦୋଳନରୁ ଓହରିବେ ଏବଂ କାର୍ଯ୍ୟରେ ଯୋଗଦେବେ ବୋଲି ସୂଚନା ମିଳିଛି। ଏହାସହିତ ଶନିବାରଠାରୁ ଜରୁରୀ ମେଡ଼ିକାଲ ସେବାରେ ଯୋଗଦେବେ, କିନ୍ତୁ ଓପିଡି ସେବା ଯୋଗାଇ ଦେବେ ନାହିଁ। ସ୍ବାସ୍ଥ୍ୟ ଭବନ ସାମ୍ନାରେ ବସିଥିବା ଧାରଣା ପ୍ରତ୍ୟାହାର କରିବେ।  ଅଭୟାକୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିଲେ। କଲକାତା ଆଇଜି କଲେଜରେ ଜୁନିୟ ଡାକ୍ତର ସଂଘର କର୍ମକର୍ତ୍ତା ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ ସହ ଆନ୍ଦୋଳନ ଚଳାଇଥିଲେ।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତର ସଂଘର ସମସ୍ତ ପ୍ରମୁଖ ଦାବି ମାନି ନେଇଥିବାବେଳେ ଅନ୍ୟ ଦାବିଗୁଡ଼ିକ ବିଚାର ପରେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରତି ଦେଇଥିଲେ। ଏହାପରେ ପଶ୍ଚିମବଙ୍ଗ ଡାକ୍ତର ସଂଘର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି।