ଜାମା ମସଜିଦ୍ ସର୍ଭେ ବେଳେ ପଥରମାଡ
ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଆକ୍ରୋଶ । ସର୍ଭେ କରିବାକୁ ଯାଇଥିବା ଟିମ୍ ଉପରକୁ ଉତ୍ୟକ୍ତ ଲଘୁସମ୍ପ୍ରଦାୟର ଲୋକେ ପଥର ମାଡ଼ କରିଥିବା ଦେଖିବାକୁ ମିଳିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ଭଲରେ ଥିବା ଜାମା ମସଜିଦର ଦ୍ୱିତୀୟ ଥର ସର୍ଭେ କରିବା ସକାଳ ୬ଟାରେ ପହଞ୍ଚିଥିଲା ବୈଷୟିକ ଟିମ୍ । ସୁରକ୍ଷାକୁ ନେଇ ଘଟଣା ସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଥିଲା। ତେବେ ଏହାକୁ ବିରୋଧ କରି ମସଜିଦ ବାହାରେ ହଠାତ୍ ପୋଲିସ୍ ଟିମ୍ ଉପରକୁ ଲଘୁସମ୍ପ୍ରଦାୟର ଲୋକେ ହିଂସାତ୍ମକ ପଥରମାଡ଼ କରିବା ସହ କିଛି ଯାନବାହାନ ଓ ଦୋକାନ ବଜାରରେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି | ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ହିଂସାକାରୀଙ୍କ ଉପରେ ଲାଠିଚାର୍ଜ କରିଛି।
ନଭେମ୍ବର ୧୯ରେ ହିନ୍ଦୁ ପକ୍ଷ ତରଫରୁ ସିଭିଲ ସିନିୟର ଡିଭିଜନ ଚନ୍ଦୌସି କୋର୍ଟରେ ଏନେଇ ଆବେଦନ କରାଯାଇଥିଲା । ସମ୍ଭଲର ସାହି ଜାମା ମସଜିଦ ଶ୍ରୀ ହରିହର ମନ୍ଦିର, ୧୫୨୯ ମସିହାରେ ବାବରର ଶାସନ କାଳରେ ଏହାକୁ ମସଜିଦ ଆକାର ଦିଆଯାଇଥିବା ହିନ୍ଦୁପକ୍ଷ ଅଭିଯୋଗ କରିଥିଲେ । ଏହାପରେ କୋର୍ଟ ମସଜିଦର ସର୍ଭେ କରି ନଭେମ୍ବର ୨୯ ସୁଦ୍ଧା ସର୍ଭେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସର୍ଭେ ଟିମ୍ ଘଟଣା ସ୍ଥଳରେ ପହଁଚିଥିବା ବେଳେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି।