ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଦଳକୁ ବିପଦ ନାହିଁ କହିଲେ କେଜରିଓ୍ବାଲ
ଆଜି ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲା ଆପ। ଦଳକୁ ଭାଙ୍ଗିବାକୁ ବିଜେପି ଚେଷ୍ଟା କରୁଥିବା ନେଇ ଆଲୋଚନା ହୋଇଥିଲା । ଗତକାଲି କେଜ୍ରିୱାଲଙ୍କ ବାସଭବନରେ ଆୟୋଜିତ ହୋଇଥିଲା ବୈଠକ । ଏହି ବୈଠକରେ ସାମିଲ ହୋଇଥିଲେ ୫୩ ଜଣ ବିଧାୟକ ।
ଏହି ଲୋଟସ୍ ଅପରେସନ୍ ଫେଲ ହୋଇଥିବା ଆପ୍ ଅଭିଯୋଗ କରିଛି । ଆପର ୪୦ଜଣ ବିଧାୟକଙ୍କୁ କିଣିବାକୁ ବିଜେପି ପକ୍ଷରୁ ୮୦୦ କୋଟିର ଅଫର ଦିଆଯାଇଥିବା ବେଳେ ବିଜେପିର ଏହି ଉଦ୍ଦେଶ୍ୟ ବିଫଳ ହୋଇଛି ବୋଲି ଆପ ଆଲୋଚନା କରିଥିଲା । ସେପଟେ କେଜ୍ରିୱାଲ ଡାକିଥିବା ବିଧାୟକଙ୍କ ବୈଠକକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବୈଠକରେ ୫୩ ବିଧାୟକ ସାମିଲ ହୋଇଥିବା ବେଳେ ବହୁ ବିଧାୟକ ଯୋଗ ଦେଇନଥିଲେ । ଯାହାକୁ ନେଇ ଦଳରେ ହଇଚଇ ସୃଷ୍ଟି ହୋଇଥିଲା । ଆଜି ଏନେଇ ବିଜେପି ଉପରେ ବର୍ଷିଥିଲେ ଆପ ବିଧାୟକ । ତେବେ ବିଜେପି ବିଧାୟକମାନେ ଏହି ଅଧିବେଶନରୁ ଦୂରେଇ ରହିଥିଲେ ।