ଆୟକର ବିଲ ଉପସ୍ଥାପନ କରିବା ପରେ ମାର୍ଚ୍ଚ ୧୦ ଯାଏଁ ଲୋକସଭା ମୁଲତବୀ ଘୋଷଣା
ଲୋକସଭା ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତ୍ତି । ଆଜି ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ବିଲ ଉପସ୍ଥାପନ କରିବା ପରେ ମୁଲତବୀ ଘୋଷଣା କରାଯାଇଛି । ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ଆୟକର ବିଲ ଉପସ୍ଥାପନ କରିଛନ୍ତି । ସେପଟେ ୱାକର୍ଫ ବୋର୍ଡ ବିଲକୁ ନେଇ ଗଠିତ ହୋଇଥିବା ଜେପିସି ତରଫରୁ ଅଧ୍ୟକ୍ଷ ଜଗଦମ୍ବିକା ପାଲ ଲୋକସଭାରେ କମିଟି ରିପୋର୍ଟ ମଧ୍ୟ ଉପସ୍ଥାପନ କରିଥିଲେ । ହେଲେ ଏହି କମିଟି ରିପୋର୍ଟକୁ କଂଗ୍ରେସ ସହ ସମସ୍ତ ବିରୋଧୀ ଦଳ ବିରୋଧ କରିବା ସହ ଗୃହରେ ହୋହାଲ୍ଲା କରିଥିଲେ । ବିରୋଧୀ ଏହି ରିପୋର୍ଟ ଉପରେ ମତ ରଖି କହିଥିଲା କି, କମିଟିରେ ଥିବା ବିରୋଧୀଦଳର ସାଂସଦମାନେ ବୋର୍ଡକୁ ନେଇ ଯେଉଁ ପରାମର୍ଶ ଦେଇଥିଲେ ତାହା ରିପୋର୍ଟରେ ସ୍ଥାନ ଦିଆଯାଇନାହିଁ । ତେଣୁ ଏହି ରିପୋର୍ଟକୁ ପୁଣି ଥରେ କମିଟି ନିକଟକୁ ଫେରାଇ ଦିଆଯାଉ ।