ଜବରଦସ୍ତ ଡ୍ରଗ୍ସ ଦେଇ ସୋନାଲୀଙ୍କୁ ହତ୍ୟା କଲେ ଅଭିଯୁକ୍ତ!
ବିଜେପି ନେତ୍ରୀ ସୋନାଲୀ ଫୋଗଟ୍ଙ୍କୁ ହତ୍ୟା କରାଯାଇଛି । ଜବରଦସ୍ତ ତାଙ୍କୁ ଡ୍ରଗସ ଖାଇବାକୁ ଦେଇ ଅଭିଯୁକ୍ତ ହତ୍ୟା କରିଛନ୍ତି ବୋଲି ପୋଲିସ କହିଛି । ଗୋଆ ପୁଲିସର ପଚରାଉଚରା ବେଳେ ସୋନାଲି ଫୋଗାଟଙ୍କୁ ମୃତ୍ୟୁ ପୂର୍ବରୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା ବୋଲି ଜଣାପଡିଛି। ନାଇଟ ପାର୍ଟିରେ ସେ ମନା କରିବା ପରେ ମଧ୍ୟ ତାଙ୍କୁ ପିଇବାକୁ ଦେଇଥିଲେ ଅଭିଯୁକ୍ତ । ତାପରେ ସେମାନେ ତାଙ୍କୁ ବାଥରୁମ ଭିତରକୁ ଦୁଇଘଂଟା ପାଇଁ ନେଇଥିଲେ । ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା । ଗୋଆ ଆଇଜି ଓମବୀର ସିଂ ବିଷ୍ଣୋଇ କହିଛନ୍ତି ଯେ ସୋନାଲୀଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ ଆଘାତ ଥିବା ଜାଣି ଆମେ ପୁରା ଘଟଣାର ତଦନ୍ତ ଆରମ୍ଭ କରିିବା ପରେ ଏପରି ହୋଇଥିବା ଜାଣିବାକୁ ପାଇଛୁ ।