ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଜାରି, ମସ୍କୋ ଯାଉଥିବା ବିମାନରେ ଧୂଆଁ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୩:୫୦ ସମୟରେ ବ୍ୟାଙ୍କକରୁ ମସ୍କୋ ଯାଉଥିବା ଏରୋଫ୍ଲୋଟ୍ ବିମାନ ଏସୟୁ ୨୭୩ ର କ୍ୟାବିନରେ ଧୂଆଁ ବାହାରିବା ପରେ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ବ୍ୟାଙ୍କକରୁ ମସ୍କୋ ଯାଉଥିବା ଏହି ବିମାନରେ ପ୍ରାୟ ୪୨୫ ଜଣ ଯାତ୍ରୀ ଥିଲେ। ଦିଲ୍ଲୀ ବିମାନବନ୍ଦର ସୂତ୍ରରୁ ଜଣାପଡ଼ିଛି ଯେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଦିଲ୍ଲୀ ଏୟାରପୋର୍ଟର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ବିମାନରେ ଥିବା ସମସ୍ତ ୪୨୫ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି  ଓ ସେମାନଙ୍କୁ ବିମାନକୁ ଓହ୍ଲାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ବିମାନ ନିରାପତ୍ତା ପ୍ରୋଟୋକଲ ଅନୁସାରେ ସମସ୍ତ ପ୍ରକାରର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଘଟଣାସ୍ଥଳରେ ଟେକନିକାଲ ଟିମ ଓ ବିମାନବନ୍ଦରର ଦମକଳ ବାହିନୀ ପହଞ୍ଚିଛନ୍ତି ବୋଲି ସୂଚନା ମିଳିଛି ।

Leave a comment