ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡ: ସଚିନ ବିଷ୍ଣୋଇ ଗିରଫ
ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସଚିନ ବିଷ୍ଣୋଇ ଅଜରବେଜାନରେ ହେପାଜତକୁ ନିଆଯାଇଛି । ସଚିନ ବିଷ୍ଣୋଇ ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡ ଲାଗି ନିଜକୁ ଦାୟୀ ବୋଲି କହିଥିଲେ । ସଚିନ ବିଷ୍ଣୋଇଙ୍କ ଜାଲ୍ ପାସପୋର୍ଟ ଦିଳ୍ଳୀର ସଙ୍ଗମ ବିହାର ଅଞ୍ଚଳରେ ଏକ ଠିକଣାରେ ପ୍ରସ୍ତୁତ କରାଯାଇଥିଲା
।ଏହି ଜାଲ୍ ପାସପୋର୍ଟରେ ସଚିନ ବିଷ୍ଣୋଇଙ୍କ ନକଲି ନାଁ ତିଲକ ରାଜୁ ଟୁରେଜା ଲେଖା ଯାଇଥିବାବେଳେ ବାପାଙ୍କ ନାଁ ଭୀମ ସିଂହ, ହାଉସ ନମ୍ବର ୩୩୦, । ସୂଚନା ମୁତାବକ ସଚିନ ବିଷ୍ଣୋଇ ହତ୍ୟାକାଣ୍ଡର ପ୍ରାୟ ୧ମାସ ପୂର୍ବରୁ ୨୧ଏପ୍ରିଲ ପରେ ଏହି ଜାଲ୍ ପାସପୋର୍ଟ ମାଧ୍ୟମରେ ଦୁବାଇ ପଳାଇ ଯାଇଥିଲେ । ପରେ ସେଠାରୁ ଅଜରବେଜାନ ଚାଲିଯାଇଥିଲେ ।