ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ
ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ । ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ ସୋନିଆ ଗାନ୍ଧୀଙ୍କୁ ନିୟମିତ ଯାଞ୍ଚ ପାଇଁ ଭର୍ତ୍ତି କରାଯାଇଛି । ଗତକାଲି ସୋନିଆ ଗାନ୍ଧୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ତାଙ୍କ ସ୍ବାସ୍ଥରେ ଉନ୍ନତି ହୋଇଛି ତେଣୁ ଶୁକ୍ରବାର ସକାଳ ସୁଦ୍ଧା ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ ବୋଲି ଜଣାପଡିଛି । ତେବେ ସୋନିଆ ଗାନ୍ଧୀଙ୍କ ବୟସ ୭୮ ବର୍ଷ । ତାଙ୍କୁ ଫେବୃଆରୀ ୧୩ ତାରିଖରେ ସଂସଦର ବଜେଟ ଅଧିବେଶନ ସମୟରେ ରାଜ୍ୟସଭାରେ ସାଧାରଣରେ ଦେଖାଯାଇଥିଲା ।