ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନ. ବିରେନ ସିଂହ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନ. ବିରେନ ସିଂହ । ଦିଲ୍ଲୀରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବୀରେନଙ୍କ ନିଷ୍ପତ୍ତି। ମଣିପୁରରେ ହିଂସାକୁ ନେଇ ବିବାଦରେ ଥିଲେ ବୀରେନ ସରକାର ।ରବିବାର ସନ୍ଧ୍ୟାରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଇସ୍ତଫା ଦେବାର କିଛି ସମୟ ପୂର୍ବରୁ ଏନ ବିରେନ ସିଂ ବିଜେପି ସାଂସଦ ସମ୍ବିତ ପାତ୍ର ଓ ମନ୍ତ୍ରୀ ବିଧାୟକଙ୍କୁ ଭେଟିଥିଲେ ।ଏହାପରେ ସେ ରାଜଭବନ ଗସ୍ତ କରିଥିଲେ । ଏନ ବିରେନ ସିଂ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି, “ବର୍ତ୍ତମାନ ଯାଏଁ ମଣିପୁରବାସୀଙ୍କ ସେବା କରିବାର ସୁଯୋଗ ମିଳିଥିଲା । ମୁଁ କେନ୍ଦ୍ର ସରକାରଙ୍କ ନିକଟରେ କୃତଜ୍ଞତା ଜଣାଉଛି । ଠିକ୍ ସମୟରେ କେନ୍ଦ୍ର ସରକାର ଉଚିତ ପଦକ୍ଷେପ ନେଇଛନ୍ତି ।