ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀରାମ ଲଲା । ଶୁଭ ମୁହୂର୍ତ୍ତରେ ମନ୍ତ୍ରପାଠ ସହ ହୋଇଛି ପ୍ରଭୁଙ୍କ ପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯଜମାନରେ ଏହା ସମ୍ପନ୍ନ ହୋଇଛି । ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି । ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ଅରମ୍ଭ ହୋଇଥିଲା ପ୍ରାଣ ପ୍ରତିଷ୍ଠା ରୀତିନୀତି । ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ ।ତେବେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅନେକ ଜଣାଶୁଣା ବ୍ୟକ୍ତିବିଶେଷ । ଭବ୍ୟ ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସହ ବିରାଜିଛନ୍ତି ପ୍ରଭୁ ରାମଲାଲା । ଅପୂର୍ବ,ଅଲୌକିକ, ଅଦଭୁତ ବିଗ୍ରହ ଦର୍ଶନ କରି ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ । ଦେଶ ବିଦେଶରୁ ନିମନ୍ତ୍ରିତ ଅତିଥି ଅଯୋଧ୍ୟାରେ ପହଁଚି ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଛନ୍ତି । ଅନ୍ୟପଟେ ନିମନ୍ତ୍ରିତ ବଲିଉଡ କଳାକାର ମଧ୍ୟ ସୋମବାର ସକାଳୁ ସକାଳୁ ଅଯୋଧ୍ୟାରେ ପହଁଚିଥିଲେ । ପାରମ୍ପରିକ ବେଶଭୁଷାରେ ଏମାନଙ୍କୁ ଦେଖିବାକୁ ମିଳିଛି । ରଜନୀକାନ୍ତ, ବିଗ ଅମିତାଭ ବଚ୍ଚନ, ଅଭିଶେକ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, ଭିକି କୌଶଲ, କଙ୍ଗନା ରାଣାୱତ, ମାଧୁରୀ ଦିକ୍ଷିତ ନେନେ,ଅନୁପମ ଖେର, ଜ୍ୟାକି ଶ୍ରଫ୍ଙ୍କ ପରି ଅନେକ ଜଣାଶୁଣା ବଲିଉଡ କଳାକାର ରାମମନ୍ଦିରରେ ପହଁଚି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।। ଏଥିସହ ଟାଟା ଗ୍ରୁପର ଅନେକ ବରିଷ୍ଠ ଅଧିକାରୀଙ୍କ ସହ ଯୋଗଗୁରୁ ବାବା ରାମଦେବ, ବାଗେଶ୍ୱର ଧାମ ମୁଖ୍ୟ ବାଗେଶ୍ୱର ବାବା କାର୍ଯ୍ୟକ୍ରମରେ ସାମିଲ ହେବା ପରେ ନିଜ ଖୁସି ପ୍ରକାଶ କରିଛନ୍ତି । ପ୍ରାଣପ୍ରତିଷ୍ଠାରେ ସାମିଲ ହୋଇଛନ୍ତି ୪ହଜାର ସାଧୁସନ୍ଥ, ୯୦୦ ଶିଳ୍ପପତି, ୯୫ଜଣ କ୍ରୀଡ଼ାବିତ, ୨୫୮ ଆଇଜନୀବୀ ଏବଂ ବିଚାରପତି, ୩୦ଜଣ ବୈଜ୍ଞାନିକ, ୪୪ଜଣ ବରିଷ୍ଠ ଅଧିକାରୀ, ୫୦ ଶିକ୍ଷାବିତ, ୧୬ଜଣ ସାହିତ୍ୟକ, ୧୬୪ ମିଡିଆକର୍ମୀ, ୫ଜଣ ଆର୍କିଟେକଚର, ୪୮ ରାଜନେତା, ୪ଶହ ଶ୍ରମିକ, ୫୦ଜଣ କରସେବକ, ୩୦ ସମେତ ପ୍ରାୟ ୭ହଜାର ୧୪୦ ଅତିଥି । ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦର ଅନେକ ସଦସ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେପଟେ ପୌରାଣିକ ଧାରାବାହି ରାମାୟଣର କଳାକାର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି ।
Trending
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
Prev Post
Next Post