ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀରାମ ଲଲା । ଶୁଭ ମୁହୂର୍ତ୍ତରେ ମନ୍ତ୍ରପାଠ ସହ ହୋଇଛି ପ୍ରଭୁଙ୍କ ପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯଜମାନରେ ଏହା ସମ୍ପନ୍ନ ହୋଇଛି । ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି । ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ଅରମ୍ଭ ହୋଇଥିଲା ପ୍ରାଣ ପ୍ରତିଷ୍ଠା ରୀତିନୀତି । ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ ।ତେବେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅନେକ ଜଣାଶୁଣା ବ୍ୟକ୍ତିବିଶେଷ । ଭବ୍ୟ ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସହ ବିରାଜିଛନ୍ତି ପ୍ରଭୁ ରାମଲାଲା । ଅପୂର୍ବ,ଅଲୌକିକ, ଅଦଭୁତ ବିଗ୍ରହ ଦର୍ଶନ କରି ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ । ଦେଶ ବିଦେଶରୁ ନିମନ୍ତ୍ରିତ ଅତିଥି ଅଯୋଧ୍ୟାରେ ପହଁଚି ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଛନ୍ତି । ଅନ୍ୟପଟେ ନିମନ୍ତ୍ରିତ ବଲିଉଡ କଳାକାର ମଧ୍ୟ ସୋମବାର ସକାଳୁ ସକାଳୁ ଅଯୋଧ୍ୟାରେ ପହଁଚିଥିଲେ । ପାରମ୍ପରିକ ବେଶଭୁଷାରେ ଏମାନଙ୍କୁ ଦେଖିବାକୁ ମିଳିଛି । ରଜନୀକାନ୍ତ, ବିଗ ଅମିତାଭ ବଚ୍ଚନ, ଅଭିଶେକ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, ଭିକି କୌଶଲ, କଙ୍ଗନା ରାଣାୱତ, ମାଧୁରୀ ଦିକ୍ଷିତ ନେନେ,ଅନୁପମ ଖେର, ଜ୍ୟାକି ଶ୍ରଫ୍ଙ୍କ ପରି ଅନେକ ଜଣାଶୁଣା ବଲିଉଡ କଳାକାର ରାମମନ୍ଦିରରେ ପହଁଚି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।। ଏଥିସହ ଟାଟା ଗ୍ରୁପର ଅନେକ ବରିଷ୍ଠ ଅଧିକାରୀଙ୍କ ସହ ଯୋଗଗୁରୁ ବାବା ରାମଦେବ, ବାଗେଶ୍ୱର ଧାମ ମୁଖ୍ୟ ବାଗେଶ୍ୱର ବାବା କାର୍ଯ୍ୟକ୍ରମରେ ସାମିଲ ହେବା ପରେ ନିଜ ଖୁସି ପ୍ରକାଶ କରିଛନ୍ତି । ପ୍ରାଣପ୍ରତିଷ୍ଠାରେ ସାମିଲ ହୋଇଛନ୍ତି ୪ହଜାର ସାଧୁସନ୍ଥ, ୯୦୦ ଶିଳ୍ପପତି, ୯୫ଜଣ କ୍ରୀଡ଼ାବିତ, ୨୫୮ ଆଇଜନୀବୀ ଏବଂ ବିଚାରପତି, ୩୦ଜଣ ବୈଜ୍ଞାନିକ, ୪୪ଜଣ ବରିଷ୍ଠ ଅଧିକାରୀ, ୫୦ ଶିକ୍ଷାବିତ, ୧୬ଜଣ ସାହିତ୍ୟକ, ୧୬୪ ମିଡିଆକର୍ମୀ, ୫ଜଣ ଆର୍କିଟେକଚର, ୪୮ ରାଜନେତା, ୪ଶହ ଶ୍ରମିକ, ୫୦ଜଣ କରସେବକ, ୩୦ ସମେତ ପ୍ରାୟ ୭ହଜାର ୧୪୦ ଅତିଥି । ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦର ଅନେକ ସଦସ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେପଟେ ପୌରାଣିକ ଧାରାବାହି ରାମାୟଣର କଳାକାର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post