GOLD COAST, AUSTRALIA - APRIL 05: Rakesh Patra of India competes on the parallel bars during the Gymnastics Artistic Men's Team event on day one of the Gold Coast 2018 Commonwealth Games at Coomera Indoor Sports Centre on April 5, 2018 on the Gold Coast, Australia. (Photo by Hannah Peters/Getty Images)
ହଙ୍ଗେରୀର ସୋମ୍ବାଥେରେ ଅକ୍ଟୋବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏଫ୍ଆଇଜି ବିଶ୍ବ ଚ୍ୟାଲେଞ୍ଜ କପ୍ ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ ଓଡ଼ିଆ ପୁଅ ରାକେଶ କୁମାର ପାତ୍ର। ଏଥିପାଇଁ ଓଡ଼ିଶା ଜିମ୍ନାଷ୍ଟିକ୍ସ ସଂଘ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ସଫଳତା କାମନା କରାଯାଇଛି। ରାକେଶ ହେଉଛନ୍ତି ଓଡିଶାର ଜଣେ ପ୍ରଖ୍ୟାତ ଜିମ୍ନାଷ୍ଟ ଯିଏକି କ୍ରମାଗତ ଭାବରେ ପ୍ରାୟ ଦୁଇ ଦଶନ୍ଧି ଧରି ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି।