ରାଜସ୍ଥାନରେ ବିଜେପି-କଂଗ୍ରେସ ଟକ୍କର

ବିଭିନ୍ନ ଏକଜିଟ ପୋଲ ସର୍ଭେରେ ରାଜସ୍ଥାନରେ କଂଗ୍ରେସ ବିଜେପି ଉଭୟ ଦଳ ମଧ୍ୟରେ କାଣ୍ଟେ କି ଟକ୍କର ଚାଲିଥିବାବେଳେ ହାତ ଉପରେ ରହିଛି  । କିଛି ସର୍ଭେ ବିଜେପିକୁ ସରକାର ଗଠନ କରିବା ପାଇଁ ରିପୋର୍ଟ କରିଥିବା ବେଳେ କିଛି ସର୍ଭେ କଂଗ୍ରେସ ସରକାର ଗଠନ କରିବ ବୋଲି କହିଛନ୍ତି ।  ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ୧୯୯ଟି ଆସନ ଲାଗି ଭୋଟ ହୋଇଥିବାବେଳେ ସରକାର ଗଠନ ଲାଗି ଆବଶ୍ୟକ ହେଉଛି ୧୦୦ ସିଟ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ ଆଗରେ ରହିଛି କଂଗ୍ରେସ  । ୮୬ରୁ ୧୦୬ ଆସନ ପାଇବା ନେଇ ଆକଳନ କରାଯାଇଛି  । ଯେଉଁଠି କି ବିଜେପି ୮୦ରୁ ୧୦୦ ଆସନ ମିଳିବା ନେଇ ଆକଳନ କରାଯାଇଛି  । ସେହିପରି ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେରେ କଂଗ୍ରେସ ଆଗୁଆ ରହିଛି  । କଂଗ୍ରେସକୁ ୮୬ରୁ ୧୦୬ ଓ ବିଜେପିକୁ ୮୦ରୁ ୧୦୦ ଆସନ ମିଳିବା ନେଇ ଆକଳନ କରାଯାଇଛି  । ତେବେ ରାଜସ୍ଥାନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବାନେଇ ଆଶଙ୍କା ଦେଖାଦେଇଛି ।  ୧୯୯୮ରୁ ୨୦୦୩ ଅଶୋକ ଗେହଲଟ ସିଏମ ଥିବାବେଳେ ୨୦୦୩ରୁ ୨୦୦୮ରୁ ସିଏମ ଥିଲେ ବସୁନ୍ଧରା ରାଜେ । ୨୦୦୮ରୁ ୨୦୧୩ ପୁଣି ଗେହଲଟ ଓ ୨୦୧୩ରୁ ୨୦୧୮ ସିଏମ ଥିଲେ ବସୁନ୍ଧରା ।