ସରିଛି ନିର୍ବାଚନ । ଏବେ କିଏ ସରକାର ଗଠନ କରିବ ତାକୁ ନେଇ ଆଲୋଚନା ଚାଲିଛି । ମଧ୍ୟପ୍ରଦେଶରେ ଏକଜିଟ୍ ପୋଲରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ଦେଖିବାକୁ ମିଳୁଛି । ବିଜେପିର ଶିବରାଜ ସିଂ ଚୌହାନ୍ ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବା ପାଇଁ ଜୋରଦାର ଉଦ୍ୟମ କରୁଥିବା ବେଳେ ଆଣ୍ଟି-ଇନକମ୍ବାନ୍ସି ଫ୍ୟାକ୍ଟରକୁ ନେଇ ପୁଣି କ୍ଷମତାକୁ ଫେରିବାକୁ ଦମ୍ ଲଗାଇଛି କଂଗ୍ରେସ। ମଧ୍ୟପ୍ରଦେଶରେ ମୋଟ୍ ୨୩୦ ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ରହିଛି ୧୧୬। ରିପବ୍ଲିକ୍ ଟିଭି- ମାଟ୍ରିଜ୍ ବିଜେପି ପୁଣି କ୍ଷମତାକୁ ଫେରିବା ନେଇ ଆକଳନ କରିଛି । ବିଜେପିକୁ ୧୧୮ରୁ ୧୩୦ ଆସନ, କଂଗ୍ରେସକୁ ୯୭ରୁ ୧୦୭ ଆସନ ଦେଇଛି । TV9 ଭାରତବର୍ଷ-ପୋଲଷ୍ଟାର୍ଟ ସର୍ଭେ ରିପୋର୍ଟରେ କଂଗ୍ରେସ ବାଜିମାତ୍ କରିବା ନେଇ ପୂର୍ବାନୁମାନ କରିଛି। କଂଗ୍ରେସକୁ ୧୧୧ରୁ ୧୨୧ ସିଟ୍ ଓ ବିଜେପିକୁ ୧୦୬ରୁ ୧୧୬ ସିଟ୍ ଦେଇଛି । ଜନ କି ବାତ କଂଗ୍ରେସକୁ ୧୦୨ରୁ ୧୨୫ ଓ ବିଜେପିକୁ ୧୦୦-୧୨୩ ଆସନ ମିଳିବା ନେଇ ଅନୁମାନ କରିଛି।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Prev Post
Next Post