ମହାକୁମ୍ଭରେ ବୁଡ଼ ପକାଇଲେ ପୁନମ ପାଣ୍ଡେ
ମୌନୀ ଅମାବାସ୍ୟା ଅବସରରେ ଅଭିନେତ୍ରୀ ପୁନମ ପାଣ୍ଡେ ପ୍ରୟାଗରାଜର କୁମ୍ଭ ନଗରୀରେ ପହଞ୍ଚିଥିଲେ। ମହାକୁମ୍ଭରେ ପହଞ୍ଚିଥିବା ପୁନମ ପାଣ୍ଡେ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ମହାକୁମ୍ଭ ଯିବେ। ସଙ୍ଗମ କୂଳରେ ବୁଡ଼ ପକାଇବା ପରେ, ସେ ଡଙ୍ଗାରେ ବସି କିଛି ସମୟ ବୁଲାବୁଲି ମଧ୍ୟ କରିଥିଲେ। ସେ ଫଟୋ ପୋଷ୍ଟ କରି ଇନଷ୍ଟାରେ ଲେଖିଛନ୍ତି ମୋର ସମସ୍ତ ପାପ ଧୋଇ ହୋଇଯାଇଛି।’
ନ୍ମୌନୀ ଅମାବାସ୍ୟା ରାତିରେ ପ୍ରୟାଗରାଜର ସଙ୍ଗମରେ ଦଳାଚକଟା ଘଟଣାରେ ପୁନମ ପାଣ୍ଡେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ପୁନମ ପାଣ୍ଡେ ମଧ୍ୟ ମୌନୀ ଅମାବାସ୍ୟା ଦିନ ସ୍ନାନ କରିଥିଲେ। ସେ ତାଙ୍କ କାହାଣୀରେ କହିଛନ୍ତି ମୌନୀ ଅମାବାସ୍ୟା ଦିନ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ଏବେ ବି ଏଠାରେ ଲୋକମାନେ ଉପସ୍ଥିତ ଅଛନ୍ତି, ପୂର୍ବ ପରି ଭିଡ଼ ଅଛି।