ଜମ୍ମୁ-କଶ୍ମୀରରେ ଉଚ୍ଛେଦ ହେଲା ରାଷ୍ଟ୍ରପତି ଶାସନ
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ଏହା ସହ ଏଠାରେ ୬ ବର୍ଷ ଧରି ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ଏବେ ଉଚ୍ଛେଦ ହୋଇଛି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି। ଏନ୍ସି ମେଣ୍ଟକୁ ନ୍ୟାସନାଲ କନଫରେନ୍ସକୁ ୪୯ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ ଟି ଆସନ ମିଳିଛି। ଆସନ୍ତା ୧୬ ତାରିଖରେ ଏନ୍ସି ମେଣ୍ଟ ସରକାର ଶପଥ ଗ୍ରହଣ କରିପାରେ।