ନୂଆଦିଲ୍ଲୀ: ଆପଣ ରାଷ୍ଟ୍ରପତି ଭବନ ଉଦ୍ୟାନ ବୁଲିବାକୁ ଚାହୁଁଛନ୍ତି କି । ତେବେ ଡେରି କାହିଁକି ପ୍ଲାନ କରନ୍ତୁ । କାରଣ ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ । ସୋମବାର ବ୍ୟତୀତ ସେପ୍ଟେମ୍ବର ୧୭ ତାରିଖ ଯାଏଁ ଉଦ୍ୟାନ ଲୋକଙ୍କ ପାଇଁ ଖୋଲାରହିବ । ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ଏହାକୁ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନକୁ ସର୍ବସାଧାରଣଙ୍କ ପାଇଁ ବର୍ଷକୁ ଦୁଇଥର ଖୋଲାଯାଉଛି।ଏଥିପାଇଁ ଅଗଷ୍ଟ ୭ରୁ ଅନଲାଇନ ବୁକିଂ ଆରମ୍ଭ ହୋଇଛି । ପର୍ଯ୍ୟଟକମାନେ ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ । ମୋଗଲ ଗାର୍ଡେନରୁ ଅମୃତ ଉଦ୍ୟାନକୁ ପରିବର୍ତ୍ତିତ ହୋଇଥିବା ଏହି ଉଦ୍ୟାନରେ ୧୨ ପ୍ରକାରର ୧୦ ହଜାରୁ ଅଧିକ ଟ୍ୟୁଲିପ ଫୁଲ ରହିଛି ।
Trending
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ
- ଆଜି ଠୁ ପ୍ଲାଷ୍ଟିକରେ ପେଟ୍ରାଲ ବିକ୍ରୟ ନିଷେଧ
- ଧନକର ଇସ୍ତଫା ନା ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କଲେ
- ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର