ଭୁବନେଶ୍ବର: ୨୦୪୭ ସୁଦ୍ଧା ଦେଶ ହେବ ସିକଲ ସେଲ ମୁକ୍ତ । ଏ ନେଇ କେନ୍ଦ୍ର ସରକାର ଓଡ଼ିଶାର ୨୦ ଜିଲ୍ଲାରେ ରାଜ୍ୟ ସହାଭାଗିତାରେ ଆରମ୍ଭ କରିବେ ସିକଲ ସେଲ ପରୀକ୍ଷା । ତେବେ ଅନ୍ୟ ୧୦ ଜିଲ୍ଲାରେ ନିଜସ୍ୱ ଅର୍ଥରୁ ରାଜ୍ୟ ସରକାର ପରୀକ୍ଷା କରିବେ ।୨୫ ବର୍ଷ ବୟସ୍କ ପିଲାଙ୍କ ହେବ ସିକିଲ ସେଲ ପରୀକ୍ଷା । ଏହି ରୋଗ ଯେପରି ଆଗାମୀ ପିଢ଼ିକୁ ନ ବ୍ୟାପେ, ସେଥିପାଇଁ ମ୍ୟାଚ ମେକିଙ୍ଗ କରାଯିବ । ସିକଲ ସେଲ ଥିବା ଲୋକଙ୍କୁ ଜାରି ହେବ କାର୍ଡ । ସିକଲ ସେଲ ଆନିମିଆ ଭଳି ରୋଗ ହେଉଛି ବହୁତ କଷ୍ଟକର । ଏହାର ରୋଗୀମାନଙ୍କ ହାଡ ଗଣ୍ଠିରେ ସବୁବେଳେ କଷ୍ଟ ହୋଇଥାଏ, ଶରୀର କୁଣ୍ଡେଇ-କାଣ୍ଡେଇ ହୋଇଥାଏ ଏବଂ ହାଲିଆ ଲାଗିଥାଏ । ପିଠି, ଗୋଡ ଏବଂ ଛାତିରେ ଅସହନୀୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଦୀର୍ଘ ସମୟ ଧରି କଷ୍ଟ ସହୁଥିବା ରୋଗୀଙ୍କ ଶରୀରର ଭିତର ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହେବାରେ ଲାଗିଥାଏ । ଏହି ରୋଗ ପରିବାରକୁ ମଧ୍ୟ ଭାଙ୍ଗି ଦେଇଥାଏ । ଆଉ ଏହି ରୋଗ ନା ପବନ ଦ୍ୱାରା ହୋଇଥାଏ, ନା ପାଣି ଦ୍ୱାରା ହୋଇଥାଏ, ନା ଖାଦ୍ୟ ଦ୍ୱାରା ବ୍ୟାପିଥାଏ । ଏହି ରୋଗ ହେଉଛି ଏଭଳି ଯାହା ମାତା- ପିତାଙ୍କ ଠାରୁ ହିଁ ପିଲାମାନଙ୍କୁ ହୋଇଥାଏ, ଏହା ହେଉଛି ଆନୁବଂଶିକ । ଆଉ ଏହି ରୋଗ ସହିତ ଯେଉଁ ପିଲା ଜନ୍ମ ନେଇଥାଏ, ସେ ସମଗ୍ର ଜୀବନକୁ ଆହ୍ୱାନର ସହିତ ମୁକାବିଲା କରି ଚାଲିଥାଏ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post