ଭୁବନେଶ୍ବର: ୨୦୪୭ ସୁଦ୍ଧା ଦେଶ ହେବ ସିକଲ ସେଲ ମୁକ୍ତ । ଏ ନେଇ କେନ୍ଦ୍ର ସରକାର ଓଡ଼ିଶାର ୨୦ ଜିଲ୍ଲାରେ ରାଜ୍ୟ ସହାଭାଗିତାରେ ଆରମ୍ଭ କରିବେ ସିକଲ ସେଲ ପରୀକ୍ଷା । ତେବେ ଅନ୍ୟ ୧୦ ଜିଲ୍ଲାରେ ନିଜସ୍ୱ ଅର୍ଥରୁ ରାଜ୍ୟ ସରକାର ପରୀକ୍ଷା କରିବେ ।୨୫ ବର୍ଷ ବୟସ୍କ ପିଲାଙ୍କ ହେବ ସିକିଲ ସେଲ ପରୀକ୍ଷା । ଏହି ରୋଗ ଯେପରି ଆଗାମୀ ପିଢ଼ିକୁ ନ ବ୍ୟାପେ, ସେଥିପାଇଁ ମ୍ୟାଚ ମେକିଙ୍ଗ କରାଯିବ । ସିକଲ ସେଲ ଥିବା ଲୋକଙ୍କୁ ଜାରି ହେବ କାର୍ଡ । ସିକଲ ସେଲ ଆନିମିଆ ଭଳି ରୋଗ ହେଉଛି ବହୁତ କଷ୍ଟକର । ଏହାର ରୋଗୀମାନଙ୍କ ହାଡ ଗଣ୍ଠିରେ ସବୁବେଳେ କଷ୍ଟ ହୋଇଥାଏ, ଶରୀର କୁଣ୍ଡେଇ-କାଣ୍ଡେଇ ହୋଇଥାଏ ଏବଂ ହାଲିଆ ଲାଗିଥାଏ । ପିଠି, ଗୋଡ ଏବଂ ଛାତିରେ ଅସହନୀୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଦୀର୍ଘ ସମୟ ଧରି କଷ୍ଟ ସହୁଥିବା ରୋଗୀଙ୍କ ଶରୀରର ଭିତର ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହେବାରେ ଲାଗିଥାଏ । ଏହି ରୋଗ ପରିବାରକୁ ମଧ୍ୟ ଭାଙ୍ଗି ଦେଇଥାଏ । ଆଉ ଏହି ରୋଗ ନା ପବନ ଦ୍ୱାରା ହୋଇଥାଏ, ନା ପାଣି ଦ୍ୱାରା ହୋଇଥାଏ, ନା ଖାଦ୍ୟ ଦ୍ୱାରା ବ୍ୟାପିଥାଏ । ଏହି ରୋଗ ହେଉଛି ଏଭଳି ଯାହା ମାତା- ପିତାଙ୍କ ଠାରୁ ହିଁ ପିଲାମାନଙ୍କୁ ହୋଇଥାଏ, ଏହା ହେଉଛି ଆନୁବଂଶିକ । ଆଉ ଏହି ରୋଗ ସହିତ ଯେଉଁ ପିଲା ଜନ୍ମ ନେଇଥାଏ, ସେ ସମଗ୍ର ଜୀବନକୁ ଆହ୍ୱାନର ସହିତ ମୁକାବିଲା କରି ଚାଲିଥାଏ ।
Trending
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
Prev Post
Next Post