ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ସମ୍ମାନୀୟ ଅଟଳ ଜୀଙ୍କର ଆଜି ପୁଣ୍ୟ ତିଥିରେ ସଦୈଭ ଅଟଳ ପରିଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି । ଭାରତର ସେବା କରିବା ପାଇଁ ଅଟଳ ଜୀଙ୍କ ଉଦ୍ୟମ ଦ୍ୱାରା ଆମେ ଅନୁପ୍ରାଣିତ ହୋଇଛୁ । ସେ ଭାରତକୁ ପରିବର୍ତ୍ତନ କରିବା ଏବଂ ଏକବିଂଶ ଶତାବ୍ଦୀର ଆହ୍ୱାନ ଲାଗି ଆମ ଦେଶକୁ ପ୍ରସ୍ତୁତ କରିବା ପାଇଁ ଅଗ୍ରଗାମୀ ଉଦ୍ୟମ କରିଥିଲେ ।”

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ନେତା ଅଟଳ ସମାଧି ସ୍ଥଳରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପର୍ଯ୍ୟନ୍ତ ମୋଦୀ ସରକାରଙ୍କ ସମସ୍ତ ମନ୍ତ୍ରୀ ବାଜପେୟୀଙ୍କ ସମାଧି ସ୍ଥଳ ‘ସଦୈବ ଅଟଳ’ରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ସହ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।