କାମକୋଟି ପୀଠ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଥ ତଥା ଦାର୍ଶନିକ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମସ୍ଥାନ ‘ଶ୍ରୀ କାଞ୍ଚି କାମକୋଟି ପୀଠମ୍‌’ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସେଠାକୁ ଯିବାର ସୌଭାଗ୍ୟ ପାଇଥିଲି। ମହାନ୍‌ ସନ୍ଥଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ସଂସ୍କୃତି ସୁରକ୍ଷା ଲାଗି ତାଙ୍କ ଅବଦାନ ନିମନ୍ତେ ଆମର ଆଗାମୀ ପିଢ଼ି ସବୁ ଋଣୀ ରହିବେ।

ଶ୍ରୀ ଆଦିଶଙ୍କରାଚାର୍ଯ୍ୟ ଜନ୍ମଭୂମୀ କ୍ଷେତ୍ରମ୍‌କୁ ଯିବାର ସୌଭାଗ୍ୟ ହୋଇଥିଲା। ବାସ୍ତବରେ ତାହା ଗୋଟାଏ ବିଶେଷ ସ୍ଥାନ। ଆମ ସଂସ୍କୃତି ସୁରକ୍ଷା ‌ଦିଗରେ ଶଙ୍କରାଚାର୍ଯ୍ୟଙ୍କର ମହାନ୍‌ ଅବଦାନ ନିମନ୍ତେ ଆଗାମୀ ପିଢ଼ି ଋଣୀ ରହିବେ।

ସେଠାରେ ୪୫ ମିନିଟ୍‌ ଅତିବାହିତ କରି ପ୍ରଧାନମନ୍ତ୍ରୀ ମ‌ୋଦୀ ପୂଜାରେ ଭାଗ ନେଇଥିଲେ। ପାରମ୍ପରିକ ପୋଷାକ ପରିହିତ ପ୍ରଧାନମନ୍ତ୍ରୀ ‌ମୋଦୀ ଗଳାରେ ରୁଦ୍ରାକ୍ଷ ମାଳା ଏବଂ ଉତ୍ତରୀୟ ପକାଇଥିଲେ।