ହଟ୍ଟଗୋଳରୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ , ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା

ସଂସଦର ମୌସୁମୀ ଅଧିବେଶନ ହଟ୍ଟଗୋଳରୁ ହିଁ ଆରମ୍ଭ ହୋଇଛି । ବିରୋଧୀ ଦଳର ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେଇ ସରକାରଙ୍କଠାରୁ ‘ଅପରେସନ ସିନ୍ଦୂର’ ଉପରେ ଉତ୍ତର ରଖିବାକୁ ଦାବି କରିଛନ୍ତି । ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀ ଜବାବ ଦିଅ ନାରା ଦେଇ ସରକାରଙ୍କଚ ଘେରିଛନ୍ତି । ବାଚସ୍ପତି ଓମ୍‍ ବିର୍ଲା ସମସ୍ତଙ୍କୁ ଶାନ୍ତ ରହିବାକୁ ନିବେଦନ କରିଥିଲେ ଏବଂ ସ୍ପଷ୍ଟ କରିଥିଲେ ଯେ ସରକାର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ । ଏହାସତ୍ୱେ ପ୍ରଶ୍ନକାଳ ସମୟରେ ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ଆଜି ପ୍ରଥମ ଦିନରେ ସଂସଦର ପ୍ରଶ୍ନକାଳ ବାଧାପ୍ରାପ୍ତ ହେବାରୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ଯେ ଏହି ଅଧିବେଶନ ଭାରତ ପାଇଁ ଗୌରବ । ମୌସୁମୀ ଏବଂ କୃଷି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଜଳ ସଂରକ୍ଷଣ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି, ଯାହା ସମଗ୍ର ଦେଶକୁ ଲାଭ ଦେବ । ବିଶେଷକରି ଚାଷୀ, ଗାଁ ଏବଂ ସାଧାରଣ ପରିବାର ଲାଭବାନ ହେବେ।

Leave a comment