ଆଜି ଦେଶ ପାଳୁଛି ୭୯ତମ ସ୍ଵାଧୀନତା ଦିବସ,ଲାଲ କିଲ୍ଲାରେ ପତକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ଦେଶ ପାଳୁଛି ୭୯ତମ ସ୍ଵାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦିଲ୍ଲୀ ଲାଲକିଲାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଅପରେସନ ‘ସିନ୍ଦୂର’ର ୧୦୦ ଦିନ ପୂର୍ତ୍ତିକୁ ସ୍ମରଣ କରି ଭାରତୀୟ ଯବାନଙ୍କ ପରାକାଷ୍ଠାକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ସାରା ଦେଶରେ ମାତୃଭୂମିର ଜୟଗାନ ହେଉଛି। ସ୍ଵାଧୀନତାର ଏହି ପର୍ବ ଗୌରବର ପର୍ବ। ସ୍ଵାଧୀନତାର ପର୍ବ ୧୪୦ କୋଟି ଭାରତୀୟଙ୍କ ସଙ୍କଳ୍ପର ପର୍ବ। ଏହି ଦିବସରେ ଆମ ସମ୍ବିଧାନ ନିର୍ମାତାମାନଙ୍କୁ କୋଟି ନମନ ବୋଲି କହିଥିଲେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେଠାରୁ ଲାଲକିଲାରେ ପହଞ୍ଚି ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ଆକାଶମାର୍ଗରୁ ହେଲିକପ୍ଟର ଜରିଆରେ ପୁଷ୍ପବର୍ଷା କରାଯାଇଥିଲା।

ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ୨୫ ହଜାର ଅତିଥି ସାମିଲ ହୋଇଛନ୍ତି। ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରା କରି ସଂସ୍କୃତି ଓ ପରମ୍ପରାର ଝଲକ ଦେଖାଇବା ସହିତ ଅତିଥିଙ୍କ ମନୋରଞ୍ଜନ କରାଇବେ।

 

Leave a comment