ସୁଦାନରେ ଭାରତୀୟଙ୍କ ସୁରକ୍ଷା ସମୀକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ
ସୁଦାନରେ ସେନା ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଲଢେଇ ଯୋଗୁ ସେଠାରେ ଅଟକି ରହିଥିବା ଭାରତୀୟଙ୍କ ସୁରକ୍ଷା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଶେଷ କରି ଭାରତୀୟମାନେ ଏବେ ସୁଦାନରେ ରହିବାକୁ ଚାହୁଁନାହାଁନ୍ତି । ସୁରକ୍ଷିତ ଭାବେ ତାଙ୍କୁ ଭାରତ ଫେରାଇ ଆଣିବାକୁ ସେମାନେ ଅନୁରୋଧ କରୁଛନ୍ତି । ତେବେ ବିମାନ ବନ୍ଦରକୁ ଆସିବା ମଧ୍ୟ ସୁରକ୍ଷିତ ନୁହେଁ । ସେଥିପାଇଁ ଏବେ ପରିସ୍ଥିତି ଜଟିଳ ଅବସ୍ଥାରେ ପହଁଚିଛି । ଭାରତୀୟ ରାଷ୍ଟ୍ରଦୂତ ବି ଏସ ମୁବାରକ, ବାୟୁସେନା ମୁଖ୍ୟ ଭି ଆର ଚୌଧୁରୀ, ନୌସେନା ମୁଖ୍ୟ ଆର ହରି କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସୁଦାନରେ ଦେଖା ଦେଇଥିବା ସାମରିକ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ସେଠାରେ ବହୁ ସଂଖ୍ୟକ ଭାରତୀୟ ଅଟକି ରହିଥିବା ଜଣାପଡିଛି। ଅନେକ ଲୋକ ରାଜଧାନୀ ଖାର୍ତୁମ ଛାଡି ଅନ୍ୟ ସହରକୁ ପଳାୟନ କରିଛନ୍ତି। ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିବା ଡଃ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୌଠକରେ କହିଛନ୍ତି। ସୁଦାନରେ ଏ ପର୍ୟ୍ୟନ୍ତ ଏହି ଲଢେଇରେ ୩୦୦ ଜଣଙ୍କ ପ୍ରାଣହାନୀ ଘଟିଛି।