ଉଡାନ୍ ଯୋଜନାର ୬ ବର୍ଷର ଉପଲବ୍ଧି: ୭୪ କାର୍ଯ୍ୟକ୍ଷମ ଏୟାରପୋର୍ଟ

ଆଞ୍ଚଳିକ ସଂଯୋଗୀକରଣ ଯୋଜନା ବା ରିଜିଓନାଲ କନେକ୍ଟିଭିଟି ସ୍କିମ୍ (ଆର୍‌ସିଏସ୍‌) ଉଡାନ୍ ଯୋଗେ ୬ ବର୍ଷ ପୂର୍ବେ ଶିମଲାକୁ ଦିଲ୍ଲୀ ସହ ସଂଯୋଗ କରି ବିମାନ ଉଡ଼ାଣ କରିଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଟୁଇଟ କରାଯାଇଛି ।  ୪୭୩ ରୁଟ୍ ଏବଂ ୭୪ କାର୍ଯ୍ୟକ୍ଷମ ଏୟାରପୋର୍ଟ, ହେଲିପୋର୍ଟ ଏବଂ ୱାଟର ଏରୋଡ୍ରମ୍ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ପାଇଁ ଏକ ଗେମ୍‌-ଚେଞ୍ଜର ହୋଇପାରିଛି ବୋଲି ଟୁଇଟରେ ଉଲ୍ଲେଖ କରାଯାଇଛି ।

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତ ୯ ବର୍ଷରେ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଛି । ବିମାନବନ୍ଦରଗୁଡ଼ିକର ଆଧୁନିକୀକରଣ କରାଯାଇଛି, ନୂଆ ବିମାନବନ୍ଦର ନିର୍ମାଣ ଦ୍ରୁତଗତିରେ ହେଉଛି ଏବଂ ରେକର୍ଡ ସଂଖ୍ୟାରେ ଲୋକ ଉଡ଼ାଣ କରୁଛନ୍ତି । ଏହି ବର୍ଦ୍ଧିତ ଯୋଗାଯୋଗ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବେଶ୍ ପ୍ରୋତ୍ସାହିତ କରିଛି ।