ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ

ଇଣ୍ଡିଗୋ ଏୟାରଲାଇନ୍ସ ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ମଙ୍ଗଳବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଡିସେମ୍ବର ମାସରେ ଏୟାରଲାଇନ୍ସର ସଞ୍ଚାଳନ ସମସ୍ୟା ଉପୁଜିବା ପରେ ଏହା ପ୍ରଥମ ବଡ଼ ପଦକ୍ଷେପ। ଏହି ସମସ୍ୟା ଯୋଗୁ ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ବେଳେ ଏହା ନିୟାମକୀୟ ଯାଞ୍ଚର ବିଷୟ ପାଲଟିଥିଲା। ଏୟାରଲାଇନ୍ସ କହିଛି ଯେ ଯେଉଁ ପର୍ଯ୍ୟନ୍ତ ଏହି ପଦବୀ ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ପରିଚାଳନା ନିର୍ଦ୍ଦେଶକ ରାହୁଲ ଭାଟିଆ ଏହି ପଦବୀର ଦାୟିତ୍ୱ ତୁଲାଇବେ।

ତତ୍କାଳ ପଦବୀ ତ୍ୟାଗ କରିଛନ୍ତି ପିଟର ଏଲବର୍ସ
ବଜେଟ ଏୟାର ଲାଇନ୍ସ ଇଣ୍ଡିଗୋ ମଙ୍ଗଳବାର କହିଛି ଯେ ଚିଫ ଏକଜ୍ୟୁକୁଟିଭ ଅଫିସର (ସିଇଓ) ପିଟର ଏଲବର୍ସ ତତ୍କାଳ ପ୍ରଭାବ ପଦବୀ ଛାଡି ଦେଇଛନ୍ତି। ଏୟାରଲାଇନ୍ସ ବୟାନରେ କହିଛି ଯେ ଆମେ ଜଣାଇ ଦେବାକୁ ଚାହୁଁଛୁ କମ୍ପାନୀ ବୋର୍ଡ ଅଫ ଡାଇରେକ୍ଟର୍ସ ଙ୍କ ୧୦ ମାର୍ଚ୍ଚ ମଙ୍ଗଳବାର ବୈଠକରେ ଅନ୍ୟ ପ୍ରସଙ୍ଗ ସହିତ ସିଇଓ ପିଟର ଏଲବର୍ସଙ୍କ ଇସ୍ତଫା ଉପରେ ଧ୍ୟାନ ଦିଆଯାଇଥିଲା। ସେ ୧୦ ମାର୍ଚ୍ଚ ୨୦୨୬ ପରେ ସେ କମ୍ପାନୀ ସେବାରୁ ମୁକ୍ତ ହୋଇଯିବେ।

ଅପରେସନାଲ ସଂକଟ ପରେ ବଡ ବଡକ୍ଷେପ
ଏହି ଘଟଣାକ୍ରମ ଏୟାରଲାଇନ୍ସର ସବୁଠୁ ଖରାପ ସଞ୍ଚାଳନ ସଂକଟର କିଛି ମାସ ପରେ ହୋଇଛି, ଯାହା ଡିସେମ୍ବରରେ ବଡ଼ ଧରଣର ଆଉଟେଜ କାରଣରୁ ହୋଇଥିଲା। ଏହିକାରଣରୁ କମ୍ପାନୀକୁ ସରକାରଙ୍କ ନିୟାମକୀୟ ଯାଞ୍ଚର ସମ୍ମୁଖୀନ ହେବାକୁ ପଡୁଛି। କମ୍ପାନୀ କହିଛି ଯେ ପରିଚାଳନା ନିର୍ଦ୍ଦେଶକ ଭାଟିଆ କିଛି ସମୟ ପାଇଁ ଏୟାର ଲାଇନ୍ସର ଏହି ଦାୟିତ୍ୱ ତୁଲାଇବେ। ଏଲବର୍ଷ ମାର୍ଚ୍ଚ ୧୦ ତାରିଖରେ ଏକ ଲିଖିତ ପତ୍ର ମାଧ୍ୟମରେ ତାଙ୍କର ଇସ୍ତଫା ଦେଇଛନ୍ତି। ଏଥିରେ ସେ ଇସ୍ତଫାକୁ ତାଙ୍କ ବ୍ୟକ୍ତିଗତ କାରଣ ଭାବେ ଦର୍ଶାଇଛନ୍ତି ଓ ଏଥିରେ ତାଙ୍କୁ ନୋଟିସ୍ ପିରିୟଡ କ୍ଷମା କରିବାକୁ ନିବେଦନ କରିଛନ୍ତି।

ଏଲବର୍ସ ଲେଖିଛନ୍ତି କ’ଣ?
ଏଲବର୍ସ ଲେଖିଛନ୍ତି ଆମ କଥାବାର୍ତ୍ତା ଅନୁସାରେ ବ୍ୟକ୍ତିଗତ କାରଣ ଯୋଗୁ ମୁଁ ଆଜି ଠାରୁ ଇଣ୍ଡିଗୋ ସିଇଓ ପଦବୀରୁ ନିଜର ଇସ୍ତଫା ଦେଉଛି। ଏଥିରେ ମୁଁ ଅନୁରୋଧ କରିବି ଯେ ମୋ ନୋଟିସ୍ ପିରିୟଡ କ୍ଷମା କରାଯାଉ। ତାଙ୍କ କାର୍ଯ୍ୟକାଳ ସମ୍ପର୍କରେ ସୂଚିତ କରି ଏଲବର୍ସ ଉଲ୍ଲେଖ କରିଛନ୍ତି ଯେ ଏୟାରଲାଇନର ନେତୃତ୍ୱ କରିବା ତାଙ୍କ ଲାଗି ସମ୍ମାନର କାର୍ଯ୍ୟ ଥିଲା। ସେ ଲେଖିଛନ୍ତି ଯେ ଯଦି ଆବଶ୍ୟକତା ପଡେ କୌଣସି ପ୍ରକାରର ଟ୍ରାଞ୍ଜିସନରେ ସହଯୋଗ କରିବା ପାଇଁ ଉପସ୍ଥିତ ରହିବେ। ଯଦି କମ୍ପାନୀ ଚାହିଁବ କୌଣସି ପ୍ରକାରର ହ୍ୟାଣ୍ଡ ଓଭର ଅଥବା ଟ୍ରାଞ୍ଜିସନ ଲାଗି ହାଜର ହେବେ। ତେବେ କାର୍ଯ୍ୟ କରୁଥିବା ସମୟରେ ମୋତେ ମିଳିଥିବା ସମର୍ଥନ ଲାଗି ମୁଁ ଆପଣ ସମସ୍ତଙ୍କୁ ଓ ଇଣ୍ଡିଗୋ ବୋର୍ଡକୁ ବ୍ୟକ୍ତିଗତ ଧନ୍ୟବାଦ ଦେଉଛି।

Leave a comment