ଦକ୍ଷିଣରେ ସନାତନ ଧର୍ମ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ପଓ୍ବନ କଲ୍ୟାଣ । ଏଥିପାଇଁ ସେ ଯୁବବାହିନୀ ଗଠନ କରିଛନ୍ତି । ଜଣାଶୁଣା ସୁପରଷ୍ଟାର ତଥା ଜନସେନା ପାର୍ଟି (ଜେଏସପି) ମୁଖ୍ୟ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ଦଳ ମଧ୍ୟରେ ନରସିଂହ ବାରାହି ବ୍ରିଗେଡ ଗଠନ କରିଛନ୍ତି । ସନାତନ ଧର୍ମର ସୁରକ୍ଷା, ପ୍ରଚାର ପ୍ରସାର ପାଇଁ ଏହି ବ୍ରିଗେଡ଼ କାମ କରିବ । ଦକ୍ଷିଣରେ ସନାତନ ଧର୍ମର ଅବକ୍ଷୟ ଦିନକୁ ଦିନ ହେଉଥିବାରୁ ସୁରକ୍ଷା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ।
ପୱନ କଲ୍ୟାଣ କହିଛନ୍ତି ମୁଁ ସମସ୍ତ ଧର୍ମକୁ ସମ୍ମାନ କରେ, କିନ୍ତୁ ମୁଁ ମୋର ବିଶ୍ୱାସ ସନାତନ ଧର୍ମ ଉପରେ ଦୃଢ ଅଟେ। ଯେଉଁମାନେ ସନାତନ ଧର୍ମକୁ ସମାଲୋଚନା କରନ୍ତି କିମ୍ବା ସୋସିଆଲ ମିଡିଆରେ ଏହା ବିଷୟରେ ଅସମ୍ମାନ ଭାବରେ କଥା ହୁଅନ୍ତି, ଏହାର ପରିଣାମର ସମ୍ମୁଖୀନ ହେବାକୁ ପଡିବ। ତେଣୁ, ମୁଁ ସନାତନ ଧର୍ମର ସୁରକ୍ଷା ପାଇଁ ନରସିଂହ ବାରାହି ବ୍ରିଗେଡ ଗଠନ କରିବାକୁ ନିଷ୍ପତ୍ତି ନେଇଛି ।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି