ସଂସଦରେ ସିନେମାଟୋଗ୍ରାଫ୍ ବିଲ୍, ୨୦୨୩ ପାରିତ
ସିନେମାଟୋଗ୍ରାଫ୍ (ସଂଶୋଧନ) ବିଲ୍, ୨୦୨୩ ଲୋକସଭାରୁ ମଞ୍ଜୁରୀ ପାଇବା ପରେ ସଂସଦରେ ପାରିତ ହୋଇଛି । ୨୦ ଜୁଲାଇ ୨୦୨୩ ରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯାଇଥିଲା ଏବଂ ୨୭ ଜୁଲାଇ, ୨୦୨୩ ରେ ଆଲୋଚନା ପରେ ପାରିତ ହୋଇଥିଲା । ୧୯୫୨ ମସିହାରେ ତିଆରି ହୋଇଥିବା ଏହି ଐତିହାସିକ ବିଲ୍ ୪୦ବର୍ଷ ପରେ ସଂସଦରେ ସିନେମାଟୋଗ୍ରାମ ସଂଶୋଧନ ବିଲ୍ ଭାବେ ପାରିତ ହୋଇଛି ଏବଂ ଶେଷଥର ପାଇଁ ୧୯୮୪ ରେ ସିନେମାଟୋଗ୍ରାଫ ଆଇନ୍ରେ ସଂଶୋଧନ କରାଯାଇଥିଲା । ଏହି ଐତିହାସିକ ବିଲ୍ର ଲକ୍ଷ୍ୟ ହେଉଛି ପାଇରାସି ବିପଦ ଦ୍ୱାରା ଚଳଚିତ୍ର ଶିଳ୍ପରେ ହେଉଥିବା ୨୦,୦୦୦ କୋଟି ଟଙ୍କାର କ୍ଷତିକୁ ରୋକିବା । ର୍ନିଦ୍ଦିଷ୍ଟ ଆକଳନକୁ ଆଧାର କରି ଏହି ବ୍ୟବସ୍ଥାରେ ସର୍ବନିମ୍ନ ୩ ମାସ ଜେଲ ଦଣ୍ଡ ଏବଂ ୩ଲକ୍ଷ ଟଙ୍କା ଜୋରିମାନା ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଅଡିଟ୍ ହୋଇଥିବା ମୋଟ ଚଳଚିତ୍ର ପ୍ରସ୍ତୁତି ମୂଲ୍ୟର ୫% ପର୍ଯ୍ୟନ୍ତ ଜରିମାନା ବୃଦ୍ଧି କରାଯାଇପାରେ ।
A Historic Day For Our Film Industry!
After the successful passage of The Cinematograph (Amendment Bill) 2023 in the Rajya Sabha, the bill also got passed in the Lok Sabha.
India is known as the country of story-tellers and has the distinction of producing the highest number of… pic.twitter.com/wv5M8Sq6tS
— Anurag Thakur (@ianuragthakur) July 31, 2023
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି, ଭାରତ କାହାଣୀକାର ଦେଶ ଭାବରେ ଜଣାଶୁଣା ଯାହା ଆମର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ଉତ୍ତରାଧିକାରୀ ଏବଂ ବିବିଧତାକୁ ଦର୍ଶାଏ । ଆଗାମୀ ୩ ବର୍ଷରେ ଆମର ଚଳଚ୍ଚିତ୍ର ଶିଳ୍ପ ୧୦୦ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇବ, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବ । ବଦଳୁଥିବା ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ପାଇରାସି ବିରୁଦ୍ଧରେ ଲଢିବା ଏବଂ ଚଳଚ୍ଚିତ୍ର ଶିଳ୍ପକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଏହି ବିଲ୍ ଆଣିଛୁ ।