ମିଥୁନଙ୍କୁ ଧମକ ଦେଲା କିଏ ?
ଅଭିନେତାରୁ ରାଜନେତା ବନିଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ ଧମକ ମିଳିଛି । ପାକିସ୍ତାନ ଗ୍ୟାଙ୍ଗଷ୍ଟର ସାହାଜାଦ ଭାଟି ଧମକ ଦେଇଛି । ଭିଡିଓ ଜାରି କରି ମିଥୁନଙ୍କୁ ଧମକ ଦେଇଥିବା ସୂଚନା ରହିଛି । ସଲମାନ ଖାନ ଓ ଶାହାରୁଖ ଖାନଙ୍କ ପରେ ଏବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଧମକ ମିଳିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । କିଛି ଦିନ ପୂର୍ବରୁ ମିଥୁନ ବିବାଦୀୟ ବୟାନ ପଶ୍ଚିମବଂଗରେ ଦେଇଥିଲେ ।
ମିଥୁନଙ୍କୁ ପାକିସ୍ତାନୀ ଡନ୍ ଶାହଜାଦ ଭଟ୍ଟି ଧମକ ଦେଇ କହିଛି । ୧୫ ଦିନରେ କ୍ଷମା ନମାଗିଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ମଧ୍ୟ ଦେଇଛି । ଏନେଇ ଦୁଇଟି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନକୁ ଧମକ ଦେବା ସହ ଉପହାସ କରୁଥିବା ଦେଖିବାକୁ ମିଳିଛି ।