ଭାରତ ଗସ୍ତରେ ଆସି ଆଶାବାଦୀ କହିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ୍ ଭୁଟ୍ଟୋ
କରାଚୀ: ଆଜି ଓ ଆସନ୍ତାକାଲି ହେବାକୁ ଥିବା ସଙ୍ଘାଇ କର୍ପୋରେସନ୍ ଅର୍ଗାନାଇଜେସନ୍’ (ଏସ୍ସିଓ) ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଭାଗ ନେବାକୁ ଆସି ଗୋଆରେ ପହଁଚିଛନ୍ତି । ଭଲ ଆଲୋଚନା ହେବ ବୋଲି ପାକ ବୈଦେଶିକ ମନ୍ତ୍ରୀ ବିଲାୱାଲ୍ ଭୁଟ୍ଟୋ ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି ‘ସଙ୍ଘାଇ କର୍ପୋରେସନ୍ ଅର୍ଗାନାଇଜେସନ୍ ସିଏଫ୍ଏମ୍’ରେ ପାକିସ୍ତାନ ପ୍ରତିନିଧି ଦଳର ନେତୃତ୍ବ ନେବି। ଏହି ବୈଠକରେ ଯୋଗ ଦେବାକୁ ମୋର ନିଷ୍ପତ୍ତି ‘ଏସ୍ସିଓ’ର ‘ଚାର୍ଟର୍’ ପ୍ରତି ପାକିସ୍ତାନର ଦୃଢ଼ ପ୍ରତିବଦ୍ଧତା ପ୍ରତିପାଦନ କରୁଛି।
#WATCH | Pakistani Foreign Minister Bilawal Bhutto Zardari arrives in Goa for Shanghai Cooperation Organisation's (SCO) foreign ministers' meeting. pic.twitter.com/SQDFgEaDND
— ANI (@ANI) May 4, 2023