ଢାକାରେ ପହଞ୍ଚିଛି ମୃତ ଛାତ୍ରନେତା ଉସମାନ ହାଦିଙ୍କ ମୃତଦେହ

ବାଂଲାଦେଶ ନେତା ଉସମାନଙ୍କ ମୃତ୍ୟୁ ପର ଠାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଥିବା ବେଳେ ଏହାରି ଭିତରେ ଢାକାରେ ପହଞ୍ଚିଛି ମୃତ ଛାତ୍ରନେତା ଉସମାନ ହାଦିଙ୍କ ମୃତଦେହ । ଢାକା ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି ।

ବାଂଲାଦେଶରେ ଏଥିପାଇଁ ଦିନିକିଆ ଶୋକ ପାଳନ କରାଯାଇଛି । ହାଦିଙ୍କୁ ହତ୍ୟା ପରେ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଛାତ୍ରନେତା ସରିଫ୍ ଉସମାନ ହାଦିଙ୍କ ହତ୍ୟାର ପ୍ରତିବାଦରେ ତାଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଡିସେମ୍ବର ୧୨ ତାରିଖରେ ଉସମାନଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି କରିଥିଲେ । ୩୨ ବର୍ଷ ବୟସ୍କ ଉସମାନ ହାଦିଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ସିଙ୍ଗାପୁରକୁ ସ୍ଥାନାନ୍ତର କରାଯାଇଥିଲା । ଢାକା ସହ ବାଂଲାଦେଶର ବହୁ ସହରରେ ଉସମାନଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି । ୩ଟି ଖବରକାଗଜର ଅଫିସକୁ ପୋଡ଼ି ଦେଇଛନ୍ତି ।

ଉସମାନ ହାଦିଙ୍କ ନେତୃତ୍ବରେ ଗତବର୍ଷ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଥିଲା ଓ ଶେଖ୍ ହସିନା ସରକାରଙ୍କ ପତନ ହୋଇଥିଲା । ଆସନ୍ତାବର୍ଷ ବାଂଲାଦେଶରେ ନିର୍ବାଚନ ହେବାକୁ ଥିବା ବେଳେ ଉସମାନ ଢାକାରେ ପ୍ରଚାର ଆରମ୍ଭ କରିଥିଲେ ।

Leave a comment