କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି । ଦିଲ୍ଲୀ ଏସ୍ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ୫୮ ବର୍ଷ ବୟସ ହୋଇଥିଲା । ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ରାଜନେତା ମାନ୍ୟଗଣ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସେ ଦୀର୍ଘ ୪୨ ଦିନ ଧରି ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଥିନ ଥିବାବେଳେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଜିମରେ ବ୍ୟାୟାମ କରୁଥିବା ବେଳେ ତଳେ ପଡିଯାଇଥିଲେ । ସେବେଠାରୁ ତାଙ୍କର ବ୍ରେନ କାମ କରୁନଥିଲା । ତାଙ୍କର ଚେନା ବି ଫେରୁନଥିଲା । ସେ କୋମାରେ ରହି ଚିକିତ୍ସିତ ହେଉଥିଲେ ।

ରାଜୁ ଶ୍ରୀବାସ୍ତବ ୧୯୮୦ ମସିହାରୁ ବଲିଉଡ୍‌ ସହ ଯୋଡ଼ି ହୋଇ ରହିଥିବା ବେଳେ ‘ବାଜିଗର୍‌’ ଓ ‘ମେନେ ପ୍ୟାର୍‌ କିୟା’ ପରି ଉଲ୍ଲେଖନୀୟ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା।