ତିରୁପତି ମନ୍ଦିରକୁ ଅଣ ହିନ୍ଦୁ କର୍ମଚାରୀ ମନା
ତିରୁପତି ମନ୍ଦିରକୁ ଅଣ ହିନ୍ଦୁ କର୍ମଚାରୀ ମନା । ଲଡ଼ୁରେ ଚର୍ବି ବିବାଦ ପରେ ଏପରି ନିଷ୍ପତ୍ତି ନେଇଛି ପରିଚାଳନା କମିଟି । ତିରୁମାଲା ତିରୁପତି ଦେବସ୍ଥାନମର ୫୪ତମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ନିଆଯାଇଛି ଏହି ନିଷ୍ପତ୍ତି ।
ଏବେ ମନ୍ଦିରରେ କାମ କରୁଥିବା ଅଣହିନ୍ଦୁ କର୍ମଚାରୀଙ୍କୁ ବଦଳି କରାଯିବ ନହେଲେ ସେମାନେ ଚାକିରିରୁ ଅବସର ନେବେ । ତିରୁମାଲା ତିରୁପତି ଦେବସ୍ଥାନମର ନୂଆ ଅଧ୍ୟକ୍ଷ ବିଆର ନାଇଡୁ ଏହା ସ୍ପଷ୍ଟ କରିଛନ୍ତି ।
କମିଟି ପ୍ରସ୍ତାବ ପାସ କରିଛି ଯେ ଅଣହିନ୍ଦୁ କର୍ମଚାରୀ ମାନଙ୍କୁ ଭିଆରଏସ ନଚେତ ଅନ୍ୟବିଭାଗକୁ ସ୍ଥାନାନ୍ତର ହେବ କରାଯିବ । ଏହି ନିଷ୍ପତ୍ତି ସମ୍ବିଧାନର ଧାରା ୧୬(୫) ଉପରେ ଆଧାରିତ ।
ଟିଟିଡି ଅର୍ଥାତ ତିରୁମାଳା ତିରୁପତି ଦେବସ୍ଥାନମର ପକ୍ଷରୁ ନିଆଯାଇଥିବା ନୂତନ ନିଷ୍ପତ୍ତି ବୋର୍ଡର ୭୦୦୦ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ କର୍ମଚାରୀଙ୍କୁ ପ୍ରଭାବିତ କରିବ । ସେହିପରି ମନ୍ଦିରର ଆଧ୍ୟାତ୍ମିକ ପବିତ୍ରତାକୁ ବଜାୟ ରଖିବା ପାଇଁ ଟିଟିଡି ତିରୁମାଲା ଦେବସ୍ଥାନମ ପକ୍ଷରୁ ମନ୍ଦିରକୁ ନେଇ ରାଜନୈତିକ ଭାଷଣ ଏବଂ ବିବୃତ୍ତି ଉପରେ ପ୍ରତିବନ୍ଧକ ଲଗାଯାଇଛି ।