ବଦଳିଛି ଫାଷ୍ଟାଗ୍ ନିୟମ,ଏଣିକି ବାର୍ଷିକ ୩ ହଜାର ଟଙ୍କା ଦେଇ ପାଇ ପାରିବେ ସୁବିଧା
ଫାଷ୍ଟାଗ୍କୁ ନେଇ ବୁଧବାର ଏକ ବଡ ଖବର ସାମ୍ନାକୁ ଆସିଛି । ବଦଳିଛି ଫାଷ୍ଟାଗ୍ ନିୟମ । ଅଗଷ୍ଟ ୧୫ରୁ ବାର୍ଷିକ ଫାଷ୍ଟାଗ୍ ବ୍ୟବସ୍ଥା ହେବ । ଏଣିକି ବାର୍ଷିକ ୩ ହଜାର ଟଙ୍କା ଦେଇ ପାଇ ପାରିବେ ସୁବିଧା । ବର୍ଷେ କିମ୍ବା ୨୦୦ ଟ୍ରିପ୍ ପର୍ଯ୍ୟନ୍ତ ବାର୍ଷିକ ଫାଷ୍ଟାଗ୍ ବ୍ୟବସ୍ଥା ଲାଗୁ ହେବ । କେବଳ ଘରୋଇ ଗାଡି ଚାଳକଙ୍କ ପାଇଁ ଏହି ନିୟମ ଲାଗୁ ହେବ । କାର୍, ଜିପ୍, ଭ୍ୟାନ୍ ପରି ଛୋଟ ଯାନ ପାଇଁ ପାସ୍ ବ୍ୟବସ୍ଥା ହେବ । ରାଜମାର୍ଗ ଯାତ୍ରା ଆପ୍, ଅଫିସିଆଲ ୱେବସାଇଟରେ ତଥ୍ୟ ରହିବ । ଏନେଇ ଏକ୍ସରେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି ।
ଫାଷ୍ଟାଗ୍ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏକ ବଡ଼ ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ ଘୋଷଣା ବିଶେଷ ଭାବରେ ଘରୋଇ ଯାନବାହନକୁ ଲାଭ ଦେବ। ବୁଧବାର ସେ ବାର୍ଷିକ ୩୦୦୦ ଟଙ୍କାର ଫାଷ୍ଟାଗ୍ ଆଧାରିତ ପାସ୍ ଘୋଷଣା କରିଛନ୍ତି। ଏହି ପାସ୍ ଅଗଷ୍ଟ ୧୫ ରୁ କାର୍ଯ୍ୟକାରୀ ହେବ।ମନ୍ତ୍ରୀ କହିଛନ୍ତି, ୩,୦୦୦ ଟଙ୍କା ମୂଲ୍ୟର ଏକ ଫାଷ୍ଟାଗ୍ ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କରାଯିବ, ଯାହା ୧୫ ଅଗଷ୍ଟ, ୨୦୨୫ ରୁ କାର୍ଯ୍ୟକାରୀ ହେବ। ଏହା ସକ୍ରିୟ ହେବା ତାରିଖରୁ ଗୋଟିଏ ବର୍ଷ କିମ୍ବା ୨୦୦ ଯାତ୍ରା ପାଇଁ ବୈଧ ହେବ। ଏହି ପାସ୍ ବିଶେଷ ଭାବରେ କାର, ଜୀପ୍ ଏବଂ ଭ୍ୟାନ ପରି ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନ ପାଇଁ ଡିଜାଇନ୍ କରାଯାଇଛି।ଏକ୍ସରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଏକ ଐତିହାସିକ ପଦକ୍ଷେପ ଭାବରେ ୩,୦୦୦ ମୂଲ୍ୟର ଏକ ଫାଷ୍ଟାଗ୍ ଆଧାରିତ ବାର୍ଷିକ ପାସ୍ ୧୫ ଅଗଷ୍ଟ, ୨୦୨୫ରୁ ପ୍ରଚଳନ କରାଯାଉଛି। ଏହି ପାସ୍ ସକ୍ରିୟ ହେବା ତାରିଖରୁ ଗୋଟିଏ ବର୍ଷ କିମ୍ବା ୨୦୦ ଯାତ୍ରା ପାଇଁ ବୈଧ ହେବ। ଏହା ସାରା ଦେଶରେ ଜାତୀୟ ରାଜପଥରେ ସୁଗମ ଯାତ୍ରାକୁ ସକ୍ଷମ କରିବ।