ମଗଧ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ

ରବିବାର ଦିନ ବିହାରର ବକ୍ସର ନିକଟରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ ଆସୁଥିବା ମଗଧ ଏକ୍ସପ୍ରେସ ହଠାତ୍ ଟୁନିଗଞ୍ଜ ରେଳ ଷ୍ଟେସନରେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଯେତେବେଳେ ଚଳନ୍ତା ଟ୍ରେନ୍ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଏନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

 ଟ୍ରେନ୍ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା।  ଲୋକୋ ପାଇଲଟ ତୁରନ୍ତ ଟ୍ରେନକୁ ଅଟକାଇଥିଲେ। ସୂଚନା ପାଇବା ପରେ ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ

ଟ୍ରେନ୍‌ର ସ୍ଲିପର ବଗି ଏସ-୬ ଏବଂ ଏସ-୭ ମଧ୍ୟରେ  ଟ୍ରେନ୍‌ଟି ଦୁଇଭାଗରେ ବିଭକ୍ତ ହୋଇଥିଲା । ତେବେ ସେହି ସମୟରେ ଟ୍ରେନର ସେହି କପଲିଙ୍ଗ୍‌ରେ କୌଣସି ଯାତ୍ରୀ ନ ଥିଲେ

କୁହାଯାଉଛି ଯେ ୨୦୮୦୨ ଡାଉନ୍ ମଗଧ ଏକ୍ସପ୍ରେସ ନୂଆଦିଲ୍ଲୀରୁ ପାଟନା ଯାଉଥିଲା। ଡୁମରାୱ ରେଳ ଷ୍ଟେସନ ଛାଡିବା ପରେ ଟୁନିଗଞ୍ଜ ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ହଠାତ୍ ଟ୍ରେନର କପଲିଙ୍ଗ୍ ଭାଙ୍ଗି ଯାଇଥିଲା । ଫଳରେ ଟ୍ରେନ୍ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥିଲା