ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଶ୍ରମିକମାନଙ୍କୁ ପୂଜାଭେଟି ଦେଇଛନ୍ତି।  ଦିଲ୍ଲୀର ଅସଂଗଠିତ କ୍ଷେତ୍ରର କୁଶଳୀ, ଅର୍ଦ୍ଧ-କୁଶଳୀ ଏବଂ କୁଶଳୀ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି |

ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ  ଆତିଶୀ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ ସରକାର ସହରୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ମାପଦଣ୍ଡ ସ୍ଥିର କରିଛନ୍ତି।

ନୂତନ ବେତନ ସ୍କେଲ ଅନୁଯାୟୀ, ବର୍ତ୍ତମାନ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ  ମାସକୁ ୧୮,୦୬୬ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥି ସହିତ ଅର୍ଦ୍ଧ-କୁଶଳୀ ପାଇଁ ସର୍ବନିମ୍ନ ମଜୁରୀ ୧୯,୯୨୯ ଟଙ୍କା ଏବଂ କୁଶଳୀ ଶ୍ରମିକଙ୍କ ପାଇଁ ୨୧,୯୧୭ ଟଙ୍କା ଘୋଷଣା କରାଯାଇଛି।

ଏହା ସହିତ ସେ ବିଜେପିକୁ ମଧ୍ୟ ଟାର୍ଗେଟ କରିଥିଲେ। ବିଜେପିକୁ ଗରିବ ବିରୋଧୀ ବୋଲି ଅଭିହିତ କରି ଆତିଶୀ କହିଛନ୍ତି ଯେ ଯେଉଁ ରାଜ୍ୟରେ ବିଜେପି ସରକାର ଅଛି ସେଠାରେ ଶ୍ରମିକମାନଙ୍କୁ ଦିଲ୍ଲୀର ଅଧା ମଜୁରୀ ଦିଆଯାଉଛି। କେଜ୍ରିୱାଲ ସରକାର ସର୍ବନିମ୍ନ ମଜୁରୀ  ସ୍କେଲ କୋର୍ଟ ମାଧ୍ୟମରେ କାର୍ଯ୍ୟକାରୀ କରିଥିଲେ। ଏଥି ସହିତ, ଏହାକୁ ପ୍ରତିବର୍ଷ ଦୁଇଥର ସଂଶୋଧନ କରାଯାଇଥିଲା । ଯେଉଁଥିରେ ବିଜେପି ମଧ୍ୟ ଅନେକ ବାଧା ସୃଷ୍ଟି କରିଥିଲା, କିନ୍ତୁ ସଫଳ ହୋଇପାରି ନ ଥିଲା।

ଆତିଶୀ କହିଛନ୍ତି ଦିଲ୍ଲୀ ସରକାର ଗରିବଙ୍କ ଶୋଷଣ ବନ୍ଦ କରିବାକୁ କାର୍ଯ୍ୟ କରୁଛନ୍ତି। ଯାହା ପରେ ସର୍ବନିମ୍ନ ମଜୁରୀ ଐତିହାସିକସ୍ତରକୁ ବୃଦ୍ଧି କରାଯାଇଛି। ବିଜେପି ସବୁବେଳେ ଗରିବଙ୍କ ବିରୋଧରେ କାମ କରିଆସୁଛି। ଏହାର ଦୁଇଟି ଉଦାହରଣ ଅଛି । ପ୍ରଥମ ଥର ପାଇଁ ଯେତେବେଳେ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ୨୦୧୬-୧୭ରେ ସର୍ବନିମ୍ନ ମଜୁରୀ ବୃଦ୍ଧି କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ବିଜେପି ଏହାକୁ ବିରୋଧ କରିଥିଲା।