ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ, ମନ୍ତ୍ରୀଙ୍କ ଘରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇଛନ୍ତି ବିକ୍ଷୋଭକାରୀ

ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ବିରୋଧରେ ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି ।   ସୋମବାରଠାରୁ ଚାଲିଥିବା ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ସହରରେ ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି। ମଙ୍ଗଳବାର ଦିନ, ଜେନ୍‌-ଜି ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବାସଭବନ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ଅନେକ ମନ୍ତ୍ରୀଙ୍କ ଘରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଇଛନ୍ତି।

ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ ଏବଂ ଶେର ବାହାଦୁର ‘ଦେଉବା’ଙ୍କ ଘର ଉପରେ ଆକ୍ରମଣ କରି ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଇଛନ୍ତି। ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଓ ନେପାଳର ୫ ଜଣ ମନ୍ତ୍ରୀଙ୍କ ଇସ୍ତଫା ଖବର ସାମ୍ନାକୁ ଆସିଛି, ଯେଉଁଥିରେ ସ୍ୱାସ୍ଥ୍ୟ, କୃଷି ଏବଂ ଗୃହ ମନ୍ତ୍ରଣାଳୟ ଅନ୍ତର୍ଭୁକ୍ତ। ଅନ୍ୟ ଦୁଇ ମନ୍ତ୍ରୀଙ୍କ ବିଷୟରେ ସୂଚନା ମିଳିନାହିଁ।

Leave a comment