ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ଚଳିତ ବର୍ଷର ବିଶ୍ବର ଶ୍ରେଷ୍ଠ ପୁରୁଷ ଜାଭ୍ଲିନ୍ ଫିଙ୍ଗାଳି ହେବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ବର ନାମକରା ଆମେରିକୀୟ ପତ୍ରିକା ‘ଟ୍ରାକ୍ ଆଣ୍ଡ ଫିଲ୍ଡ ନ୍ୟୁଜ୍’ ପକ୍ଷରୁ ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ବିଜେତା ନୀରଜଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ବର୍ଷ ଅଗଷ୍ଟରେ ପ୍ୟାରିସ୍ରେ ୨୭ ବର୍ଷୀୟ ନୀରଜ ଅଲିମ୍ପିକ୍ ସ୍ବର୍ଣ୍ଣ ଜିତିଥିବା ପାକିସ୍ତାନର ଅର୍ଶଦ ନଦୀମ ଓ ଦୁଇ ଥର ବିଶ୍ବ ବିଜେତା ଗ୍ରେନାଡ଼ାର ଆଣ୍ଡରସନ୍ ପିଟର୍ସଙ୍କୁ ପଛରେ ପକାଇ କାଲିଫର୍ଣ୍ଣିଆସ୍ଥିତ ପତ୍ରିକା ଦ୍ବାରା ହୋଇଥିବା ୨୦୨୪ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ନଦୀମଙ୍କୁ ପଞ୍ଚମ ମାନ୍ୟତା ମିଳିଛି। ସେ ଅଲିମ୍ପିକ୍ସ ବାଦ୍ ୨୦୨୪ରେ କେବଳ ଗୋଟିଏ ପ୍ରତିଯୋଗିତା ପ୍ୟାରିସ୍ ଡାଇମଣ୍ଡ ଲିଗ୍ରେ ଭାଗ ନେଇ ଚତୁର୍ଥ ସ୍ଥାନରେ ରହିଥିଲେ। ୧୯୪୮ରୁ ପ୍ରକାଶିତ ଏହି ପତ୍ରିକା ପ୍ରତି ବର୍ଷ ବିଶ୍ବ ଓ ଆମେରିକୀୟ ମାନ୍ୟତା ପ୍ରକାଶ କରିଥାଏ। ୨୦୨୩ରେ ମଧ୍ୟ ଏହି ମାନ୍ୟତାରେ ପ୍ରଥମ ସ୍ଥାନରେ ଥିବା ନୀରଜ ୨୦୨୪ରେ ଡାଇମଣ୍ଡ ଲିଗ୍ ଜିତି ପାରି ନଥିଲେ। ଦୋହା, ଲୁସାନେ ଓ ବ୍ରସେଲ୍ସରେ ଦ୍ବିତୀୟରେ ରହିଥିଲେ। ସେ ଗତ ବର୍ଷ ଫିନ୍ଲାଣ୍ଡରେ ହୋଇଥିବା ପାଭୋ ନୁର୍ମି କ୍ରୀଡ଼ାରେ ବିଜେତା ହୋଇଥିଲେ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Next Post